କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧ ୬ /୦୬/୨୦୨୦ ଶ୍ରୀଜଗନ୍ନାଥଙ୍କ ବନଯୋଗ ଲୀଳାକ୍ଷେତ୍ର ପର୍ବରେ ପ୍ରାଚୀ ନଦୀ ତଟର ବିଶ୍ଵାମିତ୍ର ପୀଠର ଫଳ ସମ୍ଭାର ଓ ତୁଳସୀ ଦଳ ଆଦି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ, ଅଣସର ଦଶମୀ ଅବସରରେ ବିଶ୍ଵାମିତ୍ର ମଠ ପରିଚାଳକ ନାଗା ରାମପ୍ରୀତ ଦାସ, ମୁଖ୍ୟ ସଂଯୋଜକ କାଳୀ ପ୍ରସାଦ ସ୍ୱାଇଁ ଏବଂ ଦେବ ସଂହାରି ଧରି ହାତୀଆଖଡା ମଠରେ ପହଞ୍ଚି ସେଠାରୁ ଶ୍ରୀମନ୍ଦିର ସେବକ ସହଯୋଗର ମହନ୍ତ ସୁଖରାମ ଦାସଙ୍କ ସହଯୋଗରେ ମହାପ୍ରଭୁଙ୍କ ଅଣସର ସେବାରେ ଶାମିଲ କରାଇଛନ୍ତି |ଆଗେ ମହାପ୍ରଭୁଙ୍କ ଅଣସର ସେବା, ଚନ୍ଦନ ସେବା, ପଞ୍ଚୁକ ସେବା, ପଦ୍ମବେଶ ସେବା ସମୟେ ପ୍ରାଚୀ ତଟରୁ ଫଳଭାର, ପଦ୍ମଫୁଲ ଭାର, ତୁଳସୀ,ପୁଷ୍ପ ସଁଭାର ଶ୍ରୀକ୍ଷେତ୍ର ଯିବା ଵିଧି ଥିଲା |ମଠଗୁଡିକର ଉଜୁଡା ସ୍ଥିତି ଯୋଗୁ ଏ ଦୁର୍ଲଭ ସେବା ବନ୍ଦହେବା ସ୍ଥିତି ଦେଖି
୧ ୯ ୯ ୬ ନବକଳେବର ଠାରୁ ପ୍ରାଚୀନ ସଂସ୍କୃତି ସୁରକ୍ଷା ପରିଷଦର ଅଭାହକ ପ୍ରକୃତି ବନ୍ଧୁ ତ୍ରିଲୋଚନ ମିଶ୍ରଙ୍କ କ୍ରମାଗତ ପ୍ରଚେଷ୍ଟା ଫଳର ସେବେଠାରୁ ଅଣସର ଫଳଭାର ଯିବା ପ୍ରାରମ୍ଭ ହୋଇଛି |ସେ କୁହନ୍ତି ମହାପ୍ରଭୁଙ୍କ କୃପା ପାଇବାପାଇଁ ଏହା ସହଜ ଏବଂ ସରଳ ବାଟ |ଏଥିପାଇଁ ସମସ୍ତେ ସଂକଳ୍ପକରି ଶ୍ରୀଜଗନ୍ନାଥଙ୍କ ନାମରେ ଫଳ ବୃକ୍ଷ, ଦେବ ବୃକ୍ଷ, ଦାରୁ ଵୃକ୍ଷ ରୋପଣ କରିବା ପାଇଁ ଉପଦେଶ ଦେଇଛନ୍ତି |
Related Stories
November 22, 2024