କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧ ୬ /୦୬/୨୦୨୦ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହକାରୀ ଜନସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ସୂଚନା ପ୍ରାପ୍ତି ହୋଇଅଛି ଯେ |ଗତ କାଲି ତିନ ରଥରୁ ଦୁଆର ପଡା ବାନ୍ଧି ରଖିବା ପାଇଁ ପ୍ରତି ରଥରେ ଚାରୋଟି ଲେଖାଏଁ ‘ଧୂଜବତା ‘ ଲାଗିବା ସହ ତିନି ରଥରେ ପଟା ବାଡିଆ ଶ୍ରୀଜୀଉଙ୍କ ବିଜେ ଆସ୍ଥାନରେ ବାହ୍ୟ ଚାରିପଟେ ‘ଗାଈପଲ’ପଟା ଲାଗି ହୋଇଥିଲା | ଏବଂ ରଥର ତିନି ଯୁଇଁ କଣରେ କଣିଫାଉଡା ଲାଗି ହେବା ସହ ରଥ ଭୁଇବତାରୁ ପୋଟଳ ପର୍ଯ୍ୟନ୍ତ ଚାରିପାର୍ଶ୍ଵ ହାତୀମାଳ(ବଟନ ଫିଟିଙ୍ଗ )ହୋଇ ଯାଇଥିଲା |
ଆଜି ରଥ ତ୍ରୟରେ କଳସ ଓ ଅଁଳା ଲାଗି ହେବା ସହ ଓଲଟା ଶୁଆ ମଧ୍ୟ ଫିଟିଙ୍ଗ କରାଯାଇଛି |
ତିନି ରଥର ଚତୁର୍ପାଶ୍ୱ ଚିତ୍ରକାର ସେବକ ମାନଙ୍କ ଦ୍ୱାରା ରଙ୍ଗ କାର୍ଯ୍ୟ ଜାରି ରହିଛି |
ତିନି ରଥର ନିଜ ଆସ୍ଥାନ ଉପରେ କମନ ମୁଣ୍ଡି ସହିତ ହାତୀ ଚାଳନା ହେବାରୁ ଫିଟିଙ୍ଗ ହୋଇଥିବା ୨ “x ୨ ” ସାହାଯ୍ୟରେ କାଣ୍ଡ ଚାରିଗୋଟି ଚାରିପାର୍ଶ୍ଵରୁ ଯାଇ କନକ ମୁଣ୍ଡିରେ ଫିଟିଙ୍ଗ ହୋଇ ସେଇ କାଣ୍ଡ ଦେହରୁ ୨ “x ୧ ” ସାହାଯ୍ୟରେ ଚାରିପାର୍ଶ୍ଵରୁ ୨0ଟି ସଂଯୋଗ ହେଲାପରେ ଗମ୍ବୁଜାରେ ଆକୃତି ଆସିଅଛି |ଯାହାକି ଶ୍ରୀମନ୍ଦିରର ରତ୍ନ ସିଂହାସନର ଅବିକଳ ଚିତ୍ରପରି ଲାଗୁଛି|ଏହି କନକ ମୁଣ୍ଡିର ଗମ୍ବୁଜାକାର ଚାରିପାର୍ଶ୍ୱ ଉପରେ ପିତଳ ଚାଦର ପଡିବା ବାକିଅଛି |
ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳେ ରୂପକାର ଏବଂ ଚିତ୍ରକାର ସେବକ ମାନେ ପାର୍ଶ୍ୱ ଦେବା ଦେବି ସଖି ଶିଖର ଡମ୍ବରୁ ହଂସପିଟା ସମ୍ପୂର୍ଣ୍ଣ ରଙ୍ଗ ହୋଇଥିବା ବେଳେ ତିନି ରଥର ସାରଥୀ ରଙ୍ଗକାର୍ଯ୍ୟ ଶେଷ ପର୍ଯ୍ୟାୟରେ |
ତିନି ରଥର ପ୍ରଭାରେ ରୂପକାର ସେବକ ମାନଙ୍କ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣହୋଇ ସେଥିରେ ପ୍ରାଇମର ଦିଆଯାଇଛି ଏବଂ ପ୍ରଥମ କୋଟିଂଗ ରଙ୍ଗ ଦିଆ ଶେଷହୋଇଛି ଏବଂ ତିନି ରଥର ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବ |
ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ଦରଜୀ ସେବକମାନେ ରଥ ସହ ରଥ କନାରେ ଜରି ଫିତା ସିଲାଇ କନା ଯୋଡିକି କାମ ଜାରି ରଖିଛନ୍ତି |
ଥର୍ମାଲ ସ୍କ୍ରିନିଙ୍ଗ :-ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଥିଲା |ସମସ୍ତ ସେବକ ସୁସ୍ଥଥିବା ଜଣାଯାଇଛି