ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ୪୦ଟି ୱାର୍ଡରେ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏଥିରେ ୨୦ଟି ଟିମ୍ ସାମିଲ୍ ହୋଇ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା(ସ୍କ୍ରିନିଂ) କରୁଛନ୍ତି । ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଚାଲୁ ରହିଛି । ଗତ ୧ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମ ଦିନରେ ୫୬୪ଘରୁ ୨୨୭୦, ଦ୍ୱିତୀୟ ଦିନରେ ୯୨୫ଘରୁ ୩୯୨୩, ତୃତୀୟ ଦିନରେ ୨୩୩୬ଘରୁ ୮୯୪୧, ଚତୁର୍ଥ ଦିନରେ ୩୮୭୦ଘରୁ ୧୫୭୯୨, ପଞ୍ଚମ ଦିନରେ ୩୯୯୩ଘରୁ ୧୮୪୪୭, ଷଷ୍ଠ ଦିନରେ ୨୫୧୧ଘରୁ ୧୧୨୫୨ ଓ ସପ୍ତମ ଦିନରେ ୧୮୮୩ଘରୁ ୮୩୦୧ଜଣ, ଅଷ୍ଟମ ଦିନରେ ୮୦୫୩ଘରୁ ୩୮୭୦୪ଜଣ ଓ ନବମ ଦିନରେ ୯୮୪୦ଘରୁ ୪୫୨୫୫ଜଣ, ଦଶମ ଦିନରେ ୯୦୨୩ଘରୁ ୩୮୮୧୯, ୧୧ଦିନରେ ୯୭୬୮ଘରୁ ୪୫୫୩୫, ୧୨ଦିନରେ ୧୦୧୩୨ଘରୁ ୪୪୬୯୮, ୧୩ଦିନରେ ୧୭୪୭ଘରୁ ୮୪୨୨, ୧୪ଦିନରେ ୧୫୯୬ଘରୁ ୬୮୦୪, ୧୫ଦିନରେ ୨୭୦୯ଘରୁ ୧୦୬୭୫ଜଣଙ୍କ ସ୍କ୍ରନିଂ କରାଯାଇଛି । ଏଭଳି ବିଏମ୍ସିର ୪୦ଟି ୱାର୍ଡର ବିଭିନ୍ନ ଅଞ୍ଚଳରୁ ୬୮୯୫୦ଘରୁ ୩ଲକ୍ଷ ୭ହଜାର ୮୩୮ଜଣଙ୍କ ସ୍କ୍ରିନିଂ କରାଯାଇଛି । ଏଥିରେ କୌଣସି ବି କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇନଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ଏହି ସ୍କ୍ରିନିଂରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଆଦି ସାମିଲ୍ ହୋଇଥିବା ସୂଚନା ମିଳିଛି ।