ଶ୍ରୀନଗର, ଜମ୍ମୁ କଶ୍ମୀରରେ ମଙ୍ଗଳବାର ଭୋର ସକାଳୁ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ହାସଲ ମିଳିଛି । ସୁରକ୍ଷା ବାହିନୀର ଯବାନମାନେ ଶୋପିଆରେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖବର ଲେଖାଯିବା ବେଳକୁ ଆତଙ୍କବାଦୀମାନଙ୍କର ପରିଚୟ ମିଳିପାରି ନାହିଁ । ଯବାନମାନେ ନିଜର ଅପରଶେନ ଜାରି ରଖିଛନ୍ତି ।
ଶୋପିଆର ତୁର୍କୱାଗମ ଗାଁ ନିକଟ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସଂପର୍କିତ ଖବର ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଅଚଂଳକୁ ଘେରାବନ୍ଦୀ କରିିଥିଲେ । ଏହା ପରେ ଗୁଳି ବର୍ଷା ଆରମ୍ଭ ହୋଇଯାଇଥିଲା । ସୂଚନାଯୋଗ୍ୟ, ଗତକାଲି ଡିଜିପି କହିଥିଲେ ଜମ୍ମୁ କଶ୍ମୀରରେ ବିଗତ ୧୭ ଦିନରେ ୨୭ ଜଣ ଆତଙ୍କବାଦୀ ନିହତ ହୋଇସାରିଛନ୍ତି ।