
ନୂଆଦିଲ୍ଲୀ, କରୋନା ଭାଇରସ ଓ ଲକଡାଉନ କାରଣରୁ ଏବେବି ହଜାର ହଜାର ସଂଖ୍ୟାରେ ଭାରତୀୟମାନେ ବିଦେଶରେ ଫସି ରହିଥିବା କାରଣରୁ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଜର ଅପରେଶନକୁ ତୀବ୍ର କରିବାକୁ ଯାଉଛନ୍ତି । ଏହି ଅପରେଶନ ବଢ଼ାଇବା ପାଇଁ ଭାରତ ସରକାର ଏବେ ବନ୍ଦେ ଭାରତ ମିଶନରେ ବିମାନ ସଂଖ୍ୟା ବଢ଼ାଇବେ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର କହିଛନ୍ତି, ସରକାର ବନ୍ଦେ ଭାରତ ମିଶନ ଅଭିଯାନ ଅନ୍ତର୍ଗତ ଆଫ୍ରିକା, ସିଙ୍ଗାପୁର, ମାଲେଶିଆରୁ ପରିଚାଳିତ ହେବାକୁ ଥିବା ବିମାନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତ ନେଇଛନ୍ତି । ଲକଡାଉନ କାରଣରୁ ଫସିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ଲାଗି ସରକାର ଗତ ମାସ ୬ ତାରିଖରେ ବନ୍ଦେ ଭାରତ ମିଶନ ଅଭିଯାନ ଆରମ୍ଭ କରିଥିଲେ ।