
ନୂଆଦିଲ୍ଲୀ, ଜମ୍ମୁ କଶ୍ମୀରରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ତାଜକିସ୍ତାନର ଦୁସାମ୍ବେ ଠାରୁ ୩୪୧ କିମି ଦୂରରେ ଥିବା ପୂର୍ବ-ଦକ୍ଷିଣପୂର୍ବ ଅଂଚଳ ଥିଲା । ଭୂକମ୍ପ ଯୋଗୁଁ କୌଣସି ପ୍ରକାରର ଧନ-ଜୀବନ କ୍ଷତି ପହଞ୍ଚି ନଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ସୂଚନାଯୋଗ୍ୟ ଦେଶର ରାଜଧାନୀ ଦିଲ୍ଲୀ ସମେତ ଦେଶର କିଛି ଅଚଂଳରେ ବିଗତ କିଛି ଦିନ ହେବ କ୍ରମାଗତ ଭାବେ ଭୂକମ୍ପ ଅନୁଭୂତ ହେଉଛି । ଗୁଜୁରାଟର ଭୁଜରେ ବିଗତ ୨ ଦିନ ମଧ୍ୟରେ ୩ ଥର ଭୂକମ୍ପ ଅନୁଭୂତ ହୋଇଛି ।
ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ର ଅନୁସାରେ ଆଜି ସକାଳ ୭ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲି ଯାଇଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା । ରିପୋର୍ଟ ଲେଖାଯିବା ବେଳକୁ ଜମ୍ମୁ କଶ୍ମୀରରେ ଭୂକମ୍ପ ଯୋଗୁଁ କାହାରି ମୃତ୍ୟୁ ହୋଇ ନାହିଁ । ବିଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଅଳ୍ପ କିଛି ଦିନ ପୂର୍ବରୁ ଇଣ୍ଡୋନେସିଆରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୭ ଥିଲା ।