ଭୁବନେଶ୍ୱର– ମାଲକାନଗିରି ଜିଲ୍ଲା ପ୍ରଶାସନ ଆଜି କରୋନା ଆକ୍ରାନ୍ତ ହୋଇଥିବା ୨୧ ଜଣଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ।
ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ଆଜି ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ୧୯ ଜଣ କୋରକୁଣ୍ଡା ବ୍ଲକର ସଂଗରୋଧ କେନ୍ଦ୍ରର । ଏମାନଙ୍କ ମଧ୍ୟରୁ ୧୩ ଜଣ ତାମିଲନାଡୁ ଫେରନ୍ତା. ୩ କର୍ଣାଟକ ଫେରନ୍ତା, ୨ ଆନ୍ଧ୍ର ପ୍ରଦେଶ ଫେରନ୍ତା ହୋଇଥିବା ବେଳେ ଜଣେ ଛତିଶଗଡ ଫେରନ୍ତା ବୋଲି ସୂଚନା ଦିଆ ଯାଇଛି । ସେହିପରି ଅନ୍ୟ ଦୁଇ ପଜିଟିଭ ମାମଲା ମାଲକାନଗିରି ବ୍ଲକର ସଂଗରୋଧ କେନ୍ଦ୍ରର ବୋଲି ସୂଚନା ଦିଆ ଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଜଣେ ଦିଲ୍ଲୀ ଫେରନ୍ତା ।