-
ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର– ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୪୧୬୩ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୬୯୮ ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୩୬୯ ଜଣ , କଟକ ଜିଲ୍ଲାରେ ୩୪୩ ଜଣ, ଯାଜପୁର ଜିଲ୍ଲାରେ ୩୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲୀରେ ୨୧୬, କେନ୍ଦ୍ରାପଡା ଜିଲ୍ଲାରେ ୧୮୫, ଭଦ୍ରକ ଜିଲ୍ଲାରେ ୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ପୁରୀ ଜିଲ୍ଲାରେ ୧୭୦, ଜଗତସିଂହପୁର ଜିଲ୍ଲାରେ ୧୬୭ , ବଲାଙ୍ଗୀର ଜିଲ୍ଲାରେ ୧୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୧୩୭ ଜଣ, ସୁନ୍ଦରଗଡ ଜିଲ୍ଲାରେ ୧୩୨ , ମୟୁରଭଂଜ ଜିିଲ୍ଲାରେ ୧୨୧ ଜଣ ଓ ନୟାଗଡ ଜିଲ୍ଲାରେ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଜପତି ଜିଲ୍ଲାରେ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କେନ୍ଦୁଝର ଜିଲ୍ଲାରେ ୭୫, ନୂଆପଡା ଜିଲ୍ଲାରେ ୭୪ , କଳାହାଣ୍ଡି ଜିଲ୍ଲାରେ ୫୮ ଢେଙ୍କାନାଳ ଜିଲ୍ଲାରେ ୫୨, ମାଲକାନଗିରି ଜିଲ୍ଲାରେ ୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରିର ଦେବଗଡ ଜିଲ୍ଲାରେ ୪୦, ଅନୁଗୁଳ ଜିଲ୍ଲାରେ ୪୭ ତଥା ବୌଦ୍ଧ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବରଗଡ ଜିଲ୍ଲାରେ ୩୫ , ସୋନପୁର ଜିଲ୍ଲାରେ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୨୪ ଓ କୋରାପୁଟ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୧୮ , ରାୟଗଡା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।