ଭୁବନେଶ୍ୱର– ଆଜି ଠାରୁ ଆଗାମୀ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଥିବା ଲୋକଙ୍କ କରୋନା ଲକ୍ଷଣ ହେବ ଯାଞ୍ଚ । ଆଶାକର୍ମୀ ଓ ଏଏନ୍ଏମ୍ ଦିଦି ଘରକୁ ଘର ବୁଲି କାହାର କରୋନା ଲକ୍ଷଣ ରହିଛି କି ନାହିଁ, ତାହାର ଯାଞ୍ଚ କରିବେ।
ସେମାନେ ପ୍ରତ୍ୟେକ ଘରେ ପହଞ୍ଚି ଲୋକଙ୍କ ଲକ୍ଷଣ ପଚାରି ବୁଝିବେ। ଯାହାର କୌଣସି କରୋନା ଲକ୍ଷଣ ଦେଖାଯିବ, ସେମାନଙ୍କ ପରୀକ୍ଷା କରିବା ପାଇଁ ସେମାନେ ସୁପାରିସ୍ କରିବେ । ଜୀବନ ସହ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସରକାର ଲକ୍ଡାଉନ୍ ନିୟମକୁ କୋହଳ କରିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବଢ଼ିଚାଲିଛି ତେବେ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ।ଆଇସିଏମଆର ପକ୍ଷରୁ ନୂଆ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି । ଦେଶର ସର୍ବମାନ୍ୟ ସଂସ୍ଥା ଆଇସିଏମ୍ଆର୍ର ମାର୍ଗଦର୍ଶନ ଅନୁଯାୟୀ ହିଁ ରାଜ୍ୟରେ କରୋନାର ପରୀକ୍ଷଣ ଚାଲିଛି। ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତିବିଶେଷଙ୍କର ସରକାର ନମୁନା ପରୀକ୍ଷା କରୁଛନ୍ତି।