
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଭଞ୍ଜନଗର ଅଞ୍ଚଳରେ ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ଓ ବଜ୍ରପାତ ଘଟିଥିଲା।ଏହି ସମୟରେ ନିକଟସ୍ଥ ଗୋଲାପଡା ଗ୍ରାମର ପ୍ରକାଶ ଚନ୍ଦ୍ର ପାଳଙ୍କ ପତ୍ନୀ ରତ୍ନ ପାଳ(୬୦)ନିଜ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିବାରୁ ଗୁରୁତର ଆହତ ହୋଇଥିଲେ।ଚିକିତ୍ସା ପାଇଁ ତାଙ୍କୁ ପରିବାର ଲୋକେ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ।ହେଲେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।