-
ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍କରି ଚମ୍ପଟ
ବ୍ରହ୍ମପୁର : କିଛିଦିନ ବ୍ୟବଧାନପରେ ପୁଣି ଝାମ୍ପୁରା ଦଳ ସକ୍ରୀୟ ହୋଇଛନ୍ତି । ଜିଲ୍ଲାରେ ୧୯ଘଣ୍ଟିଆ ସଡ୍ ଡାଉନ୍ ଜାରି ରହିଥିବା ବେଳେ ଚତୁରତାର ସହ ଜୈନିକ ମହିଳାଙ୍କ ବେକରୁ ସକାଳେ ୩୦ଗ୍ରାମ ଓଜନର ସୁନା ଚେନ୍ ଲୁଟ୍କରି ଫେରାର ହେବା ଘଟଣା ସୋମବାର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ରଜ ସଂକ୍ରାନ୍ତି ଥିବାରୁ ମହିଳାମାନେ ନିଜ ଘର ଓ ସାହି ପଡିଶାକୁ ଯାତାୟାତ ବେଳେ ଏଭଳି ଘଟଣା ଘଟିଛି । ବଡବଜାର ଥାନା ଅନ୍ତର୍ଗତ ହାଉସିଂବୋର୍ଡ ହରିକୃଷ୍ଣନଗର ପ୍ରଥମ ଗଳିର କେ.ସାବିତ୍ରୀ ଦେବୀ(୭୧) ସୋମବାର ସକାଳ ୬.୧୦ ମିନିଟ୍ରେ ନିଜ ଘର ସମ୍ମୁଖରେ ଫୁଲ ତୋଳୁଥିବା ବେଳେ ଏକ ପୋଲସର ବାଇକ୍ରେ ୨ଜଣ ଲୁଟେରା ଆସି ସେ ପିନ୍ଧିଥିବା ୩୦ଗ୍ରାମର ସୁନା ମଙ୍ଗଳସୂତ୍ରରୁ ଝାମ୍ପି ନେଇଥିଲେ । ଫଳରେ ମହିଳାଜଣକ ତଳେ ପଡିଯିବାରୁ ତାଙ୍କର ଆଣ୍ଠୁ ଓ ବେକରେ ଆଘାତ ଲାଗିଛି । ଖବରପାଇ ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ନିକଟରେ ଥିବା ସିସିଟିଭି ଫୁଟେଜ୍ ସଂଗ୍ରହକରି ଯାଞ୍ଚ ଆରମ୍ଭ କରିଛନ୍ତି । ଏନେଇ ବଡବଜାର ଥାନା କେଶ୍ ନମ୍ବର ୩୦/୨୦ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୁପତି କହିଛନ୍ତି । ସଡ୍ ଡାଉନ୍ ସମୟରେ କିପରି ଏଭଳି ଘଟଣା ଘଟିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।