ବ୍ରହ୍ମପୁର : କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ମାସରୁ ଲକ୍ ଡାଉନ୍ ଘୋଷଣା ସତ୍ତ୍ୱେ ଘରୋଇ ସ୍କୁଲଗୁଡିକ ଅନ୍ୟାୟ ବେନିୟମଭାବେ ଛାତ୍ରଛାତ୍ରୀଙ୍କ ଠାରୁ ଫି ସଂଗ୍ରହ କରିବାକୁ ବିରୋଧକରି ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚର ୧୧୨ତମ ଘଣ୍ଟଯାତ୍ରା-ଗଣବିକ୍ଷୋଭ ଆୟୋଜିତ ହୋଇଯାଇଛି । ମାର୍ଚ୍ଚ ୨୪ତାରିଖରେ କେନ୍ଦ୍ର ସରକାର ଲକ୍ ଡାଉନ୍ ଲାଗୁକଲେ ଓ ତା’ପରେ ସମସ୍ତ କଳକାରଖାନା, ଅଫିସ୍ ଦପ୍ତର ସହ ସ୍କୁଲ, କଜେଲ ତଥା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇପଡିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଲାଗୁ ରହିଛି । ଅଧିକାଂଶ ସ୍କୁଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯାଉଛି । କିନ୍ତୁ ଏହି ଲକ୍ ଡାଉନ୍ ସମୟରେ ବି କୌଣସି ଶିକ୍ଷାଦାନ ନକରି ଘରୋଇ ସ୍କୁଲ ଗୁଡିକ ଛାତ୍ରଛାତ୍ରୀଙ୍କ ଘରକୁ ଘର ବୁଲି ଶିକ୍ଷା ଫି ସଂଗ୍ରହ କରୁଛନ୍ତି । ଯାହା ଏକ ବେନିୟମ ପ୍ରଣାଳୀ । ଏଣୁ ଏହି ଲକ୍ ଡାଉନ୍ ସମୟରେ ଶିକ୍ଷା ଫି ସମ୍ପୂର୍ଣ୍ଣ ଭାବେ ଛାଡ କରିବା ଦାବିନେଇ ଓ ତୁରନ୍ତ ରାଜ୍ୟ ସରକାର ଏଥିସକାଶେ ନୋଟିସ୍ ଜାରି କରିବା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ୧୧୨ତମ ଘଣ୍ଟଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବନୀଗୟାଙ୍କ ସହ ଅର୍ପିତା ପ୍ରିୟଦର୍ଶନୀ, ଶୁଭଙ୍କର, ସସ୍ମିତା ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।