
ବ୍ରହ୍ମପୁର : କରୋନାର ମୁକାବିଲା ପାଇଁ ଏବେ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଛନ୍ତି ଅନେକେ । ଆଉ ଏସବୁ ଭିତରେ ପ୍ରତିଟି ସରପଂଚଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ କରୋନା ଯୋଦ୍ଧା ରୂପେ ଅବିହିତ କରାଯାଇଛି ସେମାନଙ୍କୁ । ଏସବୁ ଭିତରେ ଶେରଗଡ଼ ବ୍ଲକ୍ ଖିରିଡ଼ା ପଂଚାୟତର ସରପଂଚ ସଙ୍ଗରୋଧ କେନ୍ଦ୍ରକୁ ସଫା ସୁତରା ରଖିବା ପାଇଁ ନିଜେ ଝାଡ଼ୁ ଧରି ଝାଡ଼ୁ କରୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାକୁୁ ଜିଲ୍ଲାପାଳ ଟ୍ୱିଟ୍ କରି ଏପରି ଉତ୍ସର୍ଗୀକୃତ ସେବା କରୋନାକୁ ପରାସ୍ତ କରିବାରେ ସହାୟକ ହେବ ବୋଲି କହିଛନ୍ତି ।