ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେପଟେ ସୁସ୍ଥଙ୍କ ହାର ମଧ୍ୟ ଅଧିକରୁ ଅଧିକ ହେଉଛି । ଏସବୁ ଭିତରେ କରେନା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ପୂର୍ବରୁ ସବୁ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇ ଜିଲ୍ଲା ପ୍ରଶାସନ ଅନେକ ପ୍ରଶଂସା ସାଉଁଟିଥିବାବେଳେ ଏବେ ପୁଣି ଥରେ କଟକଣାକୁ କଡ଼ାକଡ଼ି କରି ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି । ତେବେ ଜିଲ୍ଲାରେ ନିୟମକୁ କିପରି ଅଂଚଳ ବାସିନ୍ଦା କଡ଼ାକଡ଼ି ଭାବେ ପାଳନ କରିପାରିବେ, ସେ ସମ୍ପର୍କରେ ସରପଂଚମାନଙ୍କୁ ପାଠ ପଢ଼ାଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ୨୨ଟି ବ୍ଲକରେ ଉପସ୍ଥିତ ଥିବା ସରପଂଚମାନଙ୍କୁ ଭିଡିଓ କନଫରେନ୍ସିଂ ଯୋଗେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେମାନଙ୍କ ସହ କଥା ହେବା ସହ କରୋନାର ମୁକାବିଲା ପାଇଁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ନୂଆ ନିୟମକୁ ଯେପରି ପ୍ରତି ଲୋକ ପାଳନ କରିବେ, ତାକୁ ସୁନିଶ୍ଚିତ କରିବା ପାଇଁ ସରପଂଚମାନଙ୍କୁ ଜିଲ୍ଲାପାଳ ବୁଝାଇଥିଲେ । ଯେପରିକି ସୋମବାରରୁ ଶୁକ୍ରବାର ସକାଳ ୭ରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ପରିବା, ତେଜରାତି ଓ ଫଳ ଦୋକାନ ଖୋଲାରହିବା ଏବଂ ଶନିବାର ଓ ରବିବାର ସମେତ ଅନ୍ୟ ସମୟରେ ପୁରା ସଟ୍ଡାଉନ୍ ପାଳନ କରିବା, ଏନଆରଜି କାମକୁ ତ୍ୱରାନ୍ୱିତ କରିବା ଆଦି ସମ୍ପର୍କରେ ବୁଝାଇବା ସହ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କହିଥିଲେ ।
Related Stories
November 22, 2024