ନୂଆଦିଲ୍ଲୀ– ଦୁଇ ସପ୍ତାହ ପୂର୍ବରୁ ଦିଲ୍ଲୀରେ ପାକିସ୍ତାନର ୨ ଜଣ ଅଧିକାରୀ ଗୁପ୍ତଚର ଅଭିଯୋଗରେ ଧରାପଡ଼ିବା ପରେ ଉଭୟ ଦେଶ ମଧ୍ୟରେ ଥିବା ସଂପର୍କରେ ତିକ୍ତତା ଦେଖାଯାଇଛି । ବଶେଷକରି ଇସଲାମାବାଦରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ସ୍ଥିତି ଅଲଗା ଓ ବିପଦ ବଢ଼ିଛି । ଏହାରି ମଧ୍ୟରେ ଭାରତ ଉଦ୍ୟମ କରିଛି ଯେ, ଭାରତୀୟଙ୍କ ପାଇଁ କୌଣସି ବିପଦ ପରିସ୍ଥିତି ନ ଆସୁ ।
କୁହାଯାଉଛି ଯେ, ନିଜର ଅଧିକାରୀଙ୍କୁ ଧରିବା ପାଇଁ ପାକିସ୍ତାନ ବିଚଳିତ ହୋଇ କାମ କରୁଛି । ଭାରତୀୟ ଅଧିକାରୀଙ୍କ ଦୋଷ ଧରିବା ପାଇଁ ଉଦ୍ୟମ କରୁଛି । ଭାରତୀୟ ରାଷ୍ଟ୍ରଦୂତଙ୍କ ପଛରେ ପଡ଼ି ବିଭିନ୍ନ ପ୍ରକାରର ଷଡ଼ଯନ୍ତ୍ର କରୁଛି । ପାକିସ୍ତାନର ଏହି ଗତିବିଧି ଉପରେ ଭାରତ ମଧ୍ୟ ନଜର ରଖିଛି । ଏହାକୁ ନେଇ ପାକିସ୍ତାନ ପାଖରେ ଅଭିଯୋଗ କରିଛି ଭାରତ ।
ସରକାର ପାକିସ୍ତାନକୁ ଚିଠି ଲେଖି ଚେତାବନୀ ମଧ୍ୟ ଦେଇଛନ୍ତି ଯେ, ପାକିସ୍ତାନ ଭିଏନା କନଭେନସର ଅନ ଡିପ୍ଲୋମେଟିକ ରିଲେସନ୍ସ ୧୯୬୧ ଓ ବାଇଲେଟର ୧୯୯୨ କୋର୍ଡ ଅଫ କଣ୍ଡକ୍ଟକୁ ଉଲ୍ଲଂଘନ କରୁଛି । ଏହି ରାଜିନାମା ଉଭୟ ଦେଶର ରାଷ୍ଟ୍ରଦୂତଙ୍କ ସୁରକ୍ଷା ପାଇଁ ହସ୍ତାକ୍ଷର ହୋଇଥିଲା । ଭାରତ କହିଛି, ଇସଲାମାବାଦରେ ଭାରତୀୟ ରାଷ୍ଟ୍ରଦୂତ ଓ କର୍ମଚାରୀଙ୍କ ସୁରକ୍ଷା କରୁ ପାକିସ୍ତାନ ।