ଭୁବନେଶ୍ୱର – ଓଡିଶାରେ କରୋନା ନମୂନା ପରୀକ୍ଷଣ ସଂଖ୍ୟା ୨ ଲକ୍ଷ ଟପିଛି । ବର୍ତମାନ ସୁଦ୍ଧା୨୦୨୫୧୩ ନମୂନା ପରୀକ୍ଷଣ ହୋଇଛି । ପ୍ରଥମ ୫୦ ହଜାର ଟେଷ୍ଟ ପାଇଁ ୨ ମାସ ଲାଗିଥିଲା । ବର୍ତମାନ ପ୍ରତି ୨ ସପ୍ତାହରେ ୫୦ ହଜାର ପରୀକ୍ଷା କରାଯାଉଛି । ୧୦ଟି ଜିଲ୍ଲାର ୧୭ଟି ଲାବ୍ରୋଟାରୀରେ ପରୀକ୍ଷା ହେଉଛି । ମାଲକାନଗିରି ଜିଲ୍ଲାର ମାଥିଲିରେ ବି ଟେଷ୍ଟ ହେଉଛି । ଲକ୍ଷଣ ଥିବା ପ୍ରତି ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଓଡିଶାରେ କରୋନା ମୃତ୍ୟୁସଂଖ୍ୟା ହାର ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି । କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ଓଡିଶାରେ ୬୭ ପ୍ରତିଶତ ରହିଛି । ଓଡିଶା କୋଭିଡ୍ ମୁକାବିଲାରେ ଭାରତରେ ମଡେଲ ପାଲଟିଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।