-
ମୁସଲିମ ଓ୍ଵେଲଫେୟାର୍ ସୋସାଇଟି ପକ୍ଷରୁ ବଣ୍ଟା ହେଲା ୧୧୦୦ ମାସ୍କ
ବାଲେଶ୍ଵର : (କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ) ବାଲେଶ୍ୱର ମୁସଲିମ୍ ଓ୍ଵେଲ୍-ଫେୟାର୍ ସୋସାଇଟି ପକ୍ଷରୁ ଏକ ମାଗଣା ସ୍ୱଚ୍ଛତା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆଜି ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୋଟ ୧୧୦୦ ମାସ୍କ ବଣ୍ଟନ କରାଯାଇଥିବା ବେଳେ ଲୋକମାନଙ୍କୁ ସ୍ଵଚ୍ଛତା ସମ୍ପର୍କରେ ସଚେତନ କରାଯାଇଥିଲା। ବାଲେଶ୍ୱର ମୁନିସିପାଲିଟି ଠାରୁ ଆରମ୍ଭ କରି ଟାଉନ ଥାନା ପର୍ଯ୍ୟନ୍ତ ସମସ୍ତ ରାସ୍ତା କଡ ଦୋକାନୀ ତଥା ବାଲେଶ୍ୱର ସହରର କିଛି ବସ୍ତିବାସିନ୍ଦାଙ୍କ ମଧ୍ୟରେ ଏହି ମାସ୍କ ବଣ୍ଟନ କରାଯାଇଥିଲା। ମୁସଲିମ ଓ୍ଵେଲ୍-ଫେୟାର୍ ସୋସାଇଟିର ଅଧ୍ୟକ୍ଷ ରେହାନ କାଦରୀ, ସଚିବ ସଲିମ ରାଜା, ଉପାଧ୍ୟକ୍ଷ ଏମ୍.ଡି. ଅସଲମ୍ ଖାନ, ଏସ୍.କେ. ଆୟୁବ, ଉପ-ସଚିବ ହାଜି ଗୁଲାମ ଖାନ, ହାଜି ମଜିଦ, କୋଷାଧ୍ୟକ୍ଷ ହାଜି ଏସ୍.କେ. ଜମାଲ ବଣ୍ଟନ ବେଳେ ଉପସ୍ଥିତ ଥିଲେ। ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଏସକେ ରଜବ ଅଲି, ମହମ୍ମଦ ହମିଦ ଖାନ, ଶେଖ୍ ଅଲି, ଏସକେ ଆଲାମ ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହି ସ୍ୱଚ୍ଛତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସାମାଜିକ ଦୂରତାର ମହତ୍ତ୍ଵ ବିଷୟରେ ମଧ୍ୟ ଲୋକମାନଙ୍କୁ ସୂଚିତ କରାଯାଇଥିଲା।ଅଧ୍ୟକ୍ଷ ରେହାନ କାଦରି କହିଥିଲେ ଯେ, ଆଗାମୀ ଦିନମାନଙ୍କରେ ଏମିତି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ତଥା ଲକଡାଉନ ଆରମ୍ଭରୁ ମଧ୍ୟ ସହରର ଭିନ୍ନ ଭିନ୍ନ ୱାର୍ଡରେ ଦୁଃଖୀ ଓ ଗରିବଙ୍କୁ ମାଗଣା ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।
ସଚିବ ସଲିମ ରାଜା ଶେଷରେ କୋରାନା ମହାମାରୀ ବିଷୟରେ କହିବାକୁ ଯାଇ ଏହାକୁ ଭୟ ନକରି ଏହାର ମୁକାବିଲା କରିବା ସହ ନିହାତି ଆବଶ୍ୟକ ନହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ। କୋରାନା ଏବେ ଶୀର୍ଷ ସମୟରେ ପହଁଚିଛି। ତେଣୁ ସମସ୍ତେ ସାମାଜିକ ଦୂରତାକୁ ବଜାୟ ରଖିବା ସହ ବାରମ୍ବାର ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ସରକାରଙ୍କର ସବୁ ନିୟମକୁ ମାନି ଏସବୁ କାର୍ଯ୍ୟକ୍ରମ କରାଯାଉଛି ବୋଲି ଶ୍ରୀ ସଲିମ ରାଜା ଗଣମାଧ୍ୟମକୁ ଜଣାଇଛନ୍ତି।