Related Stories
November 25, 2024
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶନିବାର ଓ ରବିବାର ୨ଦିନ ସମ୍ପୂଣ୍ଣ ସଡ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ଏହା କିପରି ଚାଲୁ ରହିଛି ତାହାର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କାର୍ ନିଜେ ଚଲାଇ ବ୍ରହ୍ମପୁର ସହରର ବିଭିନ୍ନ ଛକ ଓ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଟାଟାବେଞ୍ଚ ଛକରେ ଜଗିଥିବା ପୋଲିସକୁ ଗାଡିକୁ ଅଟକାଇ କୁଆଡେ ଯାଉଛ ବୋଲି ପଚାରିବାକ୍ଷଣି ଗାଡି ଭିତରେ ନିଜେ ଗାଡି ଚଳାଉଥିବା ଜିଲ୍ଲାପାଳଙ୍କୁ ଦେଖି ହତଭାଗ ହୋଇଯାଇଥିଲେ । ପରେ ଜିଲ୍ଲାପାଳ ପୋଲିସ ବାବୁ ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ସଠିକ୍ ଥିବା ଦେଖି ଖୁସିବ୍ୟକ୍ତ କରିଥିଲେ । ଏହାପରେ ବିଭି୍ନ୍ନ ଛକ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ମଧ୍ୟ କାର୍ ଭିତରେ ପଶି ସହର ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା ।