

Related Stories
July 4, 2025
ଭଞ୍ଜନଗର, ଜେ.କେ ପଟ୍ଟନାୟକ– ଜୁନ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସରକାର ୧୧ଟି ଅଧିକ କରୋନା ସଂକ୍ରମିତ ଜିଲ୍ଲାରେ ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରିଥିବା ବେଳେ କିଛି ବ୍ୟବସାୟୀ ଏହି ନିୟମ ଉଲଂଘନ କରି ବ୍ୟବସାୟ କରୁଥିବା ଦେଖି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଅନ୍ୟାନ୍ୟ ଅଧିକାରୀ ସମେତ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭଞ୍ଜନଗର ତହସିଲ ଅଫିସ ଛକରେ ଥିବା ଚାହା ଦୋକାନୀ ଭାସ୍କର ରାଓ ଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଗୋଟିଏ ଜଳଖିଆ ଦୋକାନରୁ ଗ୍ୟାସ ସିଲିଣ୍ଡର କୁ ଜବତ କରିଛନ୍ତି।ସେହିପରି ବିଭିନ୍ନ ଛକରେ ବିନା କାରଣରେ ଗାଡି ଧରି ବୁଲୁଥିବା ଚାଳକ ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ଦେଖାଯାଇଛି।ଆସନ୍ତା କାଲି ଦିନ ୧୨ଠାରୁ ପରଦିନ ସକାଳ ୭ପର୍ଯ୍ୟନ୍ତ ଲକ ଡାଉନ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସମୟରେ ମଧ୍ୟ ଚଢ଼ାଉ ଜୋରଦାର କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ସୂଚନା ଦେଇଛନ୍ତି।