-
ଜିଲ୍ଲାରେ ସଡ୍ ଡାଉନ୍ ଚାଲିଥିବା ବେଳେ ବିଶିଷ୍ଟ କ୍ଷୀର ବ୍ୟବସାୟୀକୁ ହତ୍ୟା
-
୧୦ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍, ୪ସନ୍ଦିଗ୍ଧଙ୍କୁ ଚିହ୍ନଟକରି ପୋଲିସର ତଦନ୍ତ ଆରମ୍ଭ
-
ଘଟଣାସ୍ଥଳରେ ଏସ୍ପି ଓ ଥାନାରେ ଡିଆଇଜିଙ୍କ ଅନୁଧ୍ୟାନ
ସୂଚନାଯୋଗ୍ୟ ଯେ, ବ୍ୟବସାୟୀ ଲମ୍ବୋଦର ହେରିଟେଜ୍ କମ୍ପାନୀର କ୍ଷୀର ଓ ଅନ୍ୟ ସାମଗ୍ରୀର ଡିଲର୍ସିପ ନେଇଛନ୍ତି । ସେ ପତ୍ନୀଙ୍କ ସହିତ ହିଲ୍ପାଟଣା ଏମ୍ଏଭି ସ୍କୁଲ ପାଶ୍ୱର୍ଗଳିରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । ନିକଟରେ ତାଙ୍କର କ୍ଷୀର ଗୋଦାମ ରହିିଛି । ଦୁଇ ପୁଅ ବିଦେଶରେ ରହୁଥିବା ବେଳେ ଝିଅ ବାହା ହୋଇ ଭୁବନେଶ୍ୱରରେ ରହୁଛନ୍ତି । ଗତ କିଛିଦିନ ହେଲା ଲମ୍ବୋଦର ରାତିରେ ଏକୁଟିଆ ଗୋଦାମ ଘରେ ରହୁଥିଲେ । ଭୋର ସକାଳୁ କ୍ଷୀର ଆସିଥାଏ । ତାହା ସଂଗ୍ରହକରି ବିଭିନ୍ନ ସ୍ଥାନକୁ ପୁଣିଥରେ ପଠାଯାଇଥାଏ । ସେଥିପାଇଁ ଲମ୍ବୋଦର ଘରକୁ ନଆସି ରାତିରେ ଗୋଦାମରେ ଶୋଇ ପଡୁଥିଲେ । ରବିବାର ଭୋରରେ କମ୍ପାନୀର ଡ୍ରାଇଭର ସେଠାରେ ପହଞ୍ôଚଥିଲେ । କିନ୍ତୁ ଲମ୍ବୋଦରଙ୍କୁ ପାଇ ନଥିଲେ । ଗୋଦାମ ଘର କବାଟ ଭିତର ପଟ ବନ୍ଦ ରହିଥିଲା । ସେ ଗୋଦାମର ମ୍ୟାନେଜରଙ୍କ ଫୋନ୍ କରିଥିଲେ । ମ୍ୟାନେଜର ସେଠାରେ ପହଞ୍ôଚଥିଲେ । ଉଭୟ ଗୋଦାମର ପଛପଟ ରାସ୍ତାଦେଇ ଭିତରକୁ ଯିବା ବେଳେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଭିତରେ ପଶି ଶୋଇବା କୋଠରୀରେ ଯିବା ବେଳେ କବାଟ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଭିତରେ ପଶି ଶୋଇବା କୋଠରୀରେ ଦେଖିବା ବେଳେ ଲମ୍ବୋଦର ମୁହଁମାଡି ତଳେ ପଡିଛନ୍ତି । ଏହାଦେଖି ସେ ତୁରନ୍ତ ପୋଲିସକୁ ଖବର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଲମ୍ବୋଦରଙ୍କ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ କେଶ୍ ନମ୍ବର ୮୭/୨୦ରେ ହତ୍ୟା ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ପୋଲିସ ସାଇଣ୍ଟଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରୁ କିଛି ଫିଙ୍ଗର୍ ପ୍ରିଣ୍ଟସ୍ ସଂଗ୍ରହ କରିଛି । ନିକଟସ୍ଥ ବିଲ୍ଡିଂରେ ଲାଗିଥିବା ଏକ ସିସି କ୍ୟାମେରା ଫୁଟେଜ୍ରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟବସାୟୀ ଲମ୍ବୋଦରଙ୍କ ଘରେ ପଶୁଥିବା ଦୃଶ୍ୟ ରେକର୍ଡ ହୋଇଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଲୁଟ୍ ଉଦ୍ଦେଶ୍ୟରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି ବୋଲି ଏସ୍ପି କହିଛନ୍ତି । ତେବେ ଆଲମିରା ଭଙ୍ଗାଯାଇଥିବା ବେଳେ ସେଥିରେ ପ୍ରାୟ ୨୫ଗ୍ରାମ ସୁନା ଅଳଙ୍କାର ଓ ପାଖପାଖି ୧୦/୧୨ଲକ୍ଷ ଟଙ୍କା ଗାୟବ ରହିଥିବା ଥାନାରେ ଅଭିଯୋଗ ହୋଇଛି । ଏପରିକି ଲମ୍ବୋଦର ପିନ୍ଧିଥିବା ସୁନା ଚେନ୍, ବ୍ରେସଲେଟ୍ ଓ ମୁଦି ମଧ୍ୟ ଗାୟବ ରହିଥିଲା । ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ଲମ୍ବୋଦରଙ୍କ ୨ଗୋଡ ବନ୍ଧା ଯାଇଥିବା ବେଳେ ବେକରେ ଚିହ୍ନ ରହିଛି । ତେଣୁ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ପୋଲିସ ପୁରା ଘରକୁ ସିଲ୍କରି ଯାଞ୍ଚ କରିଥିଲା । ସେଠାରୁ କିଛି ଫିଙ୍ଗର୍ ପ୍ରିଣ୍ଟସ୍ ସଂଗ୍ରହ ହୋଇଛି । ସେହିପରି ସନ୍ଧାନୀ କୁକୁର ସହାୟତାରେ ମଧ୍ୟ ପୋଲିସ ତଦନ୍ତ କରିଥିଲା । ହେଲେ ଅଦ୍ୟାବଧି ସେମିତି କିଛି ଖାସ୍ ସୁରାକ ପାଇପାରିନାହିଁ । ଗୋଦାମ ଘରର ବିଭିନ୍ନ ସ୍ଥାନରେ ୮ଟି ସିସି କ୍ୟାମେରା ଲାଗିଛି । କିନ୍ତୁ ଦୁର୍ବୃତ୍ତମାନେ ସିସି ଟିଭିର ଡିଭିଆର୍ ଚୋରୀକରି ନେଇଛନ୍ତି । ସମସ୍ତ ଦୃଶ୍ୟ ଡିଭିଆରରେ ରେକର୍ଡ ହୋଇ ରହିଛି । ଲମ୍ବୋଦରଙ୍କ ମୁହଁକୁ ଆଘାତ କରାଯାଇଥିବା ଚିହ୍ନ ରହିଥିବା ବେଳେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ବ୍ରହ୍ମପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ପି ପ୍ରଶାନ୍ତ ମିଶ୍ର, ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ବଡବଜାର, ଟାଉନ୍ ଥାନା, ବୈଦ୍ୟନାଥପୁର, ଗୋଷାଣୀନୂଆଗାଁ ଥାନାଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି । ଅତିଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ଏସ୍ପି ଆଶାବ୍ୟକ୍ତ କରିଛନ୍ତି । ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଗୋଷାଣୀନୂଆଗାଁ ଥାନାରେ ପହଞ୍ôଚ ଘଟଣା କିପରି ଘଟିଲା ଓ ସିସିଟିଭି ଫୁଟେଜ୍ ଯାଞ୍ଚକରି ଅପରାଧୀଙ୍କୁ ଖୁବଶୀଘ୍ର ଧରିବାକୁ ଥାନାଧିକାରୀ ଓ ଏସ୍ଡିପିଓଙ୍କୁୂ ନିର୍ଦ୍ଦେଶ ଦେଇଥିଲେ ।