ଭୁବନେଶ୍ୱର – ଆସନ୍ତା ବିଜେପୁର ଉପନିର୍ବାଚନକୁ ସୁପରିଚାଳନା କରିବା ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ବ୍ଲକ ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ୯ଜଣ ବରିÂ କଂଗ୍ରେସ ନେତାଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଗାଇସିଲଟ ବ୍ଲକ ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ଗତ ନିର୍ବାଚନରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ଶ୍ରୀ ସମରେନ୍ଦ୍ର ମିଶ୍ର ଦାୟିତ୍ୱରେ ରହିଥିବା ବେଳେ ବିଜେପୁର ବ୍ଲକ ପାଇଁ ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ, ବିଧାୟକ ଶ୍ରୀ ରମେଶ ଜେନା ଓ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିଭଳି ବିଜେପୁର ବିଜ୍ଞପିତ ଅଂଚଳ ପରିଷଦ ପାଇଁ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବରପାଲି ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଗତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ଦେବତା ଓ ବରପାଲି ବ୍ଲକ ପାଇଁ ପୂର୍ବତନ ବିଧାୟକ ଶ୍ରୀ ନିହାର ମହାନନ୍ଦ ଏବଂ ଶ୍ରୀ ସରୋଜ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।
ଉପରୋକ୍ତ ନେତୃବୃନ୍ଦ ନିଜ ଦାୟିତ୍ୱରେ ଥିବା ଅଂଚଳକୁ ଖୁବ୍ଶୀଘ୍ର ଗସ୍ତକରି ସଂପୃକ୍ତ ବ୍ଲକ, ପଂଚାୟତ ଓ ଜୋନର ନେତୃବୃନ୍ଦ ମାନଙ୍କ ସହ ଆଲୋଚନା କରି ନିÂାର ସହ ନିର୍ବାଚନ ପରିଚାଳନାକରି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।