ଜୟପୁର– ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜସ୍ଥାନରେ ଏହି ହାରରେ ହ୍ରାସ ପାଉଛି । ରାଜସ୍ଥାନରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ହାର କମିଛି । ଏଠାରେ ୭୫ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଲଗାତାର କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏବେ ରାଜସ୍ଥାନରେ ପ୍ରତି ୪ ଜଣରେ ୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।
ରାଜସ୍ଥାନରେ କ୍ରମାଗତ ଭାବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ବିଗତ ୧୫ ଦିନରେ କରୋନା ଭାଇରସ ସଂକ୍ରମଣରୁ ୩୦୦୦ରୁ ଅଧିକ ରୋଗୀ ଭଲ ହୋଇଛନ୍ତି । ରାଜ୍ୟରେ ଏବେ ୨୭୮୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୨ ହଜାର ୪୦୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୁଣି ୧୦ ଜଣଙ୍କର ସହ ମୃତ୍ୟୁ ସଂଖ୍ୟା ୨୮୨ରେ ପହଞ୍ଚିଛି ।