Related Stories
November 25, 2024
ବ୍ରହ୍ମପୁର: ମହାରାଷ୍ଟ୍ରର ମୁମ୍ବାଇରୁ ଆସି ନିଜ ଜନ୍ମମାଟି ତଥା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଭୀମ୍ପୁର ପଞ୍ଚାୟତରେ ଥିବା ଏକ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀଙ୍କୁ କରାଟେ ଶିକ୍ଷା ଦେଉଛନ୍ତି ଆର୍ନ୍ତଜାତୀୟ କରାଟେ ତାରକା ପ୍ରମୋଦ କୁମାର ରାଉଳ । ଏଥିରେ ଉତ୍ସାହ ଭାବେ ସାମିଲ୍ ହୋଇଥିଲେ ରହୁଥିବା ଶତାଧିକ ଅନ୍ତେବାସୀ । ସୂଚନାଯୋଗ ଯେ, ଶ୍ରୀ ରାଉଳ ଅହରହ ପରିଶ୍ରମକରି ମୁମ୍ବାଇର ବିଭିନ୍ନ ଇଲାକାରେ ଫଶି ରହିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସେଠାକାର ପ୍ରଶାସନ ସହ ମିଶି ଫଶି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଏକତ୍ରିତକରି ଟ୍ରେନ୍ ଯୋଗେ ପଠାଇଥିଲେ । ଶ୍ରୀ ରାଉଳଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଚାଟମୁଣ୍ଡଳୀ ଗ୍ରାମରେ ହୋଇଥିବା ବେଳେ ସେ ଏବେ ମୁମ୍ବାଇରେ ରହୁଛନ୍ତି । ଏହି ଅବସରରେ ଶ୍ରୀ ରାଉଳ କହିଛନ୍ତି ଯେ, ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ କରାଟେ ଶିକ୍ଷାଦେଇ ତାଙ୍କ ମନୋବଳ ବୃଦ୍ଧି କରିବା ପାଇଁ ପ୍ରୟାଶ ଜାରି ରଖିଛି । ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଜଣାପଡିଛି ।