Related Stories
November 23, 2024
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ୍ର ୨ଟି ପଞ୍ଚାୟତର ସରପଞ୍ଚ ବ୍ୟବହାରକଲେ ଜିଲ୍ଳାପାଳଙ୍କ କ୍ଷମତା । ସଂକ୍ରମଣରୁ ନିଜ ଅଞ୍ଚଳର ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ୨ ସରପଞ୍ଚ ୫ଦିନ ପାଇଁ ସଡ୍ ଡାଉନ୍ ଘୋଷଣା କରିଛନ୍ତି । ନରେନ୍ଦ୍ରପୁର ସରପଞ୍ଚ ବାବୁଲା ବେହେରା ଜିଲ୍ଲାପାଳ କ୍ଷମତା ପ୍ରୟୋଗକରି ଶନିବାର ତାଙ୍କ ପଞ୍ଚାୟତକୁ ୫ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସଡ୍ ଡାଉନ୍ ଘୋଷଣା କରିଛନ୍ତି । ଏହାସହ କରୋନା ପଜେଟିଭ ଚିହ୍ନଟ ହୋଇଥିବା ସାହିକୁ ଯାଇ ସମସ୍ତ ଯାତାୟାତ, ପ୍ରବେଶପଥ ସିଲ୍ କରିବା ସହ ଲୋକମାନେ ଭୟଭୀତ ନହୋଇ ନିଜ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି । ଏହାକୁ ସମର୍ଥନକରି ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତିଶଙ୍କର ସାହୁ ମଧ୍ୟ ସଡ୍ ଡାଉନ୍ ଘୋଷଣାକୁ ସରପଞ୍ଚଙ୍କ ଉତ୍ତମ କାର୍ଯ୍ୟ କହିବା ସହ ପଞ୍ଚାୟତର ସମସ୍ତ ପ୍ରତିନିଧିଙ୍କୁ ଧରି ନରେନ୍ଦ୍ରପୁର ଗ୍ରାମରେ ପରିକ୍ରମାକରି ସଚେତନତା କରିଛନ୍ତି । ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ସାହିର ପ୍ରବେଶପଥକୁ ପଞ୍ଚାୟତ ପକ୍ଷରୁ ସିଲ୍ କରାଯାଇଛି । ଏଥିରେ ନରେନ୍ଦ୍ରପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦଣ୍ଡପାଣି ପ୍ରଧାନ, ଆର୍ଆଇ ତଥା ନୋଡାଲ ଅଧିକାରୀ ଜି.ଦୁର୍ବାସା ପ୍ରମୁଖ ଗ୍ରାମରେ ରହି ସଚେତନତା କରୁଛନ୍ତି । ଏହାସହ ଗ୍ରାମ ପଞ୍ଚାୟତ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରକୁ ଘର ବୁଲି ଆବଶ୍ୟକପଡିଲେ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି । ସେହିପରି ଶ୍ରୀରାମଚନ୍ଦ୍ରପୁରର ସରପଞ୍ଚ ରେବତୀ କୁମାର ପ୍ରଧାନ ଘଡଘଡାପଲ୍ଲୀ ଗ୍ରାମକୁ ୫ଦିନ ପାଇଁ ସଡ୍ ଡାଉନ୍ ଘୋଷଣା କରିବା ସହ ଉକ୍ତ ଗ୍ରାମର କୌଣସି ଲୋକ ବାହାରକୁ ନଯିବା ପାଇଁ କହିବା ସହ ପଞ୍ଚାୟତର ସମସ୍ତ ଗ୍ରାମକୁ ଢ଼େଣ୍ଡୁରାମାରି ସଚେତନତା କରିଛନ୍ତି । ପୂର୍ବରୁ ଘଡଘଡାପଲ୍ଲୀ ଗ୍ରାମର ୫ଜଣ ବ୍ୟକ୍ତିଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ପଜେଟିଭ ଥିବା ଜଣାପଡିଥିଲା । ଏନେଇ ଗତ ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଘଡଘଡାପଲ୍ଲୀ ଗ୍ରାମକୁ ସିଲ୍ କରିବା ସହ ସମସ୍ତ ଲୋକଙ୍କୁ ବାହାରକୁ ନବାହାରିବାକୁ କୁହାଯାଇଛି । ଛତ୍ରପୁର ତହସିଲଦାର ନିଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଯଶମିନ ପ୍ରଧାନ, ବିଡିଓ ଅମ୍ବିକା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତରହି ତଦାରଖ କରୁଛନ୍ତି ।