

Related Stories
April 29, 2025
ବ୍ରହ୍ମପୁର: ଛତ୍ରପୁର ଏସ୍ଡିପିଓ ଗୌତମ କିଶାନ ଓ ଥାନାଧିକାରୀ ପ୍ରିୟସରଞ୍ଜନ ଛୋଟରାଏ କରୋନା ପଜେଟିଭ ଚିହ୍ନଟ ହୋଇଥିବା ନେଇ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ ଟ୍ୱିଟ୍କରି ସେମାନଙ୍କ ଆରୋଗ୍ୟ କାମନା କରିଛନ୍ତି । ସେମାନେ କୋଭିଡ ଯୋଦ୍ଧା ରୂପେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଏଣୁ ସେହି କ୍ରମେ ସେମାନେ ପଜେଟିଭରେ ଆକ୍ରାନ୍ତ ହୋଇଥାଇପାରନ୍ତି । ବର୍ତ୍ତମାନ ସେମାନେ ହୋମ୍ ସଙ୍ଗରୋଧରେ ଅଛନ୍ତି ଓ ସୁସ୍ଥ ଅଛନ୍ତି ବୋଲି ଏସ୍ପି କହିବା ସହ ସେମାନଙ୍କ ଆରୋଗ୍ୟ କାମନା କରୁଥିବା ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାହାର ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ପୋଲସରା ଥାନାର ୨ଜଣ ହୋମ୍ଗାର୍ଡ ଏବଂ ଖଲ୍ଲିକୋଟ ଥାନା ହୁମ୍ମା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଓଏସ୍ଏସ୍ଏଫ୍ ଯବାନ୍ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଏହାସହ ଲୋକଙ୍କୁ ସେବା ଯୋଗାଇବାକୁ ଯାଇ ମଧ୍ୟ ପୂର୍ବରୁ ଡାକ୍ତର, ନର୍ସ, ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀ ପ୍ରମୁଖ ଆକ୍ରାନ୍ତ ହୋଇଥିବାର ନଜିର ରହିଛି । ତେଣୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିବା ସହ ଧର୍ଯ୍ୟର ସହ ସରକାରୀ ନିୟମକୁ ପାଳନକରି ସ୍ଥିିତିକୁ ସାମ୍ନା କରିବା ପାଇଁ ସେ ଜିଲ୍ଲାବାସୀଙ୍କୁ ଆହ୍ୱାନ କରିଛନ୍ତି ।