-
ଟ୍ୱିଟ୍କରି ସୂଚନା ଦେଲେ ଜିଲ୍ଲାପାଳ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ୨୨ଜଣ ନୂଆ ପଜେଟିଭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିରେ ୧୧ଜଣ କରୋନା ଯୋଦ୍ଧା ଅଛନ୍ତି । ସେମାନେ କରୋଜନା ପଜେଟିଭ ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ସୂଚନା ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ କ୍ୱରଣ୍ଟାଇନ୍ରେ ଥିବା ବୁଗୁଡା ବ୍ଳକ୍ର ଜଣେ ସୁରଥ ଫେରନ୍ତା, ହୋମ୍ କ୍ୱରଣ୍ଟାଇନ୍ରେ ଥିବା ପାତ୍ରପୁର ବ୍ଲକ୍ର ଜଣେ ରହିଛନ୍ତି । ଏଥିସହ ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଛତ୍ରପୁର ବ୍ଲକ୍ର ୪ଜଣ, ପାତ୍ରପୁର ବ୍ଲକ୍ର ୨ଜଣ, ଚିକିଟି, ଭଞ୍ଜନଗର ଓ ଆସିକା ବ୍ଲକ୍ର ଜଣେ ଲେଖାଏଁ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।