
ଭୁବନେଶ୍ୱର– ଜଗତସିଂହପୁର ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥ୍ୟ ପ୍ରଦାନ କରିଛି । ଏମାନଙ୍କ ମଧ୍ୟରୁ ୫ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ତିନି –ତିନି ଜଣ ଦିଲ୍ଲୀ ଓ ତାମିଲନାଡୁ ଫେରନ୍ତା ରହିଛନ୍ତି । ଏହା ବ୍ୟତୀତ ଗୁଜରାତ ଓ ହରିୟାଣାରୁ ଜଣେ ଜଣେ ଫେରିଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।
ଆକ୍ରାନ୍ତ ମାନଙ୍କ ମଧ୍ୟରେ ୭ ଜଣ ବାଲିକୁଦା ବ୍ଲକର ହୋଇଥିବା ବେଳେ ତିର୍ତୋଲ ବ୍ଲକର ୪ ଜଣ ଅଛନ୍ତି । ସେହିପରି ନୂଆଗାଁ ବ୍ଲକ ଓ ପାରାଦୀପ ମ୍ୟୁନିସିପାଲଟି ଅଂଚଳର ଜଣେ ଜଣେ ସଂକ୍ରମିତ ରହିଥିବା ପ୍ରଶାସନ କହିଛି ।