କେନ୍ଦ୍ରାପଡା– କେନ୍ଦ୍ରାପଡା ଜିଲ୍ଲାକୁ ୩୨ ହଜାର ୨ଶହ ୧୭ ଜଣ ପ୍ରବାସୀ ଫେରି ସାରିଲେଣି । କରୋନା ଭୂତାଣୁ ସଂକ୍ରମଣଜନିତ କଟକଣା ଲାଗୁ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ନିଷ୍ପତି ନେବା ପରେ ଏହି ପ୍ରକ୍ରିୟା ଜାରି ରହିଛି । ଏହି ପ୍ରବାସୀଙ୍କ ମଧ୍ୟରେ ଶୁକ୍ରବାର ଫେରିଥିବା ୨୮୯ ଜଣ ପ୍ରବାସୀ ରହିଛନ୍ତି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକର ୨୫ ଜଣ, ମାର୍ଶାଘାଇ ବ୍ଲକର ୬ ଜଣ, ଆଳିର ୭ଜଣ, ଡେରାବିଶର ୫୯ ଜଣ, ଗରଦପୁର ବ୍ଲକର ୨୮ ଜଣ, ମହାକାଳ ପଡାର ୪୦ ଜଣ, ପଟ୍ଟ।।ମୁଣ୍ଡାଇ ବ୍ଲକ୍ ର୧୨୪ ଜଣ ପ୍ରବାସୀ ରହିଛନ୍ତି । ଏ ମାନଙ୍କୁ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି ।
Related Stories
November 25, 2024