ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଏହି ସଂଖ୍ୟା ୬୫୮ ଥିଲା ।
୫୪୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଂଟାଇନରେ ରହିବାକୁ ପ୍ରଶାସନିକ ନିର୍ଦ୍ଦେଶ ରହିଛି । ଜିଲ୍ଲାରେ କରୋନାଜନିତ ୧୦୮ ସକ୍ରିୟ ମାମଲା ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାକୁ ପୂର୍ବରୁ ରେଡ୍ ଜୋନ୍ ରେ ରହିଛି । ଶନିବାର ଓ ରବିବାର ସପ୍ତାହକୁ ଦୁଇ ଦିନ ଜିଲ୍ଲାରେ ସଟ୍ ଡାଉନ୍ ଜାରୀ ରହିଛି ।