ନୂଆଦିଲ୍ଲୀ– କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶନିବାର ସକାଳ ସାଢ଼େ ୬ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୨୭ ହଜାର ୬୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଭାଇରସ ଯୋଗୁଁ ୭୭ ଲକ୍ଷ ୨୬ ହଜାର ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୩୯ ଲକ୍ଷ ୨୦ ହଜାର ୮୧୬ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୩୩ ଲକ୍ଷ ୭୭ ହଜାର ୮୮୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୮୮୮ ଜଣଙ୍କ ଅବସ୍ଥା ଗୁରୁତର ଅଛି ।
କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାରେ ସବୁଠାରୁ ଅଧିକ ଦାଉ ସାଜିଛି । ଏଠାରେ ୨୧ ଲକ୍ଷ ୧୬ ହଜାର ୯୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୮୨୫ ଅଛି । ସଂକ୍ରମଣରୁ ୮ ଲକ୍ଷ ୪୧ ହଜାର ୩୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୫୮ ହଜାର ୭୭୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେବି ୧୬ ହଜାର ୬୧୩ ଜଣ ଗୁରୁତର ଆକ୍ରାନ୍ତ ଅଛନ୍ତି ।