ଶିବରାମ ଚୌଧୁରୀ, ବେଲ୍ଲଗୁଣ୍ଠା -12/6- ପୋଖରୀରୁ ମାଛ କିଣିବାକୁ ଜାଇ ବିଳମ୍ବ ହେବାରୁ ଫେରି ଆସିବ ଓ ପରବର୍ତୀ ସମୟରେ ଏହି ଛୋଟିଆ କଥାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ଆକ୍ରମଣରେ ଉଭୟ ପଟୁ ତିନି ଜନ ଆହତ ହୋଇ ଚୀକୀଛା ହେଉଥିବା ବେଳେ ଉଭୟଙ୍କ ଏତଲା କ୍ରମେ ବେଲ୍ଲଗୁଣ୍ଠା ପୋଲୀସ ଦୁଇଟି ମାମଲା ରୁଜୁ କରି 4 ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଲ୍ଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
ବେଲ୍ଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କେବୀରୀ ବ୍ରହ୍ମପୁର ଗାଁ ରେ ବୁଧବାର ଏକ ପୋଖରୀରେ ମାଛ ଧରା ହେଉଥିବା ବେଳେ ସେହି ଗ୍ରାମର ଗନ୍ଧର୍ବ ନାଇଁକ ମାଛ କିଣିବାକୁ ଜାଇଥିବା ବେଳେ ବିଳମ୍ବ ହେବାରୁ ଖାଲି ହାତରେ ଫେରିଆସିଥିଲେ । ଆଜି ସକାଳେ ଗନ୍ଧର୍ବ କୁ ଦେଖି ସେହି ଗ୍ରାମର ହରିଆ ସ୍ବାଇଁ ମାଛ କାହିଁକି ଆଣିଲୁନି ବୋଲି ପଚାରିବାରୁ ଗନ୍ଧର୍ବ ହରିଆ କୁ ଗାଳି କରିଥିଲା । ପରେ ଏହା ଉଗ୍ରରୂପ ନେବା ସହ ଉଭୟ ପରିବାରର ସମସ୍ତେ ସାମିଲ ହୋଇ ଉଭୟଙ୍କୁ ଠେଙ୍ଗା ଓ ବାଉଁଶ ବାଡ଼ିରେ ଆକ୍ରମଣ କରିଥିଲେ । ଏଥିରେ ଗାନ୍ଧୀଆ ଓ ତା ସ୍ତ୍ରୀ ସଞ୍ଜୁ ନାଇକ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ତାନନ୍ତରିତ କରାଯାଇଛି । ଗନ୍ଧର୍ବ ର ହାତ ପିଠିରେ ଆଘାତ ଲାଗିଥିବା ବେଳେ ସ୍ତ୍ରୀ ସଞ୍ଜୁ ର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ଏ ନେଇ ଗନ୍ଧିଆ ବେଲ୍ଲଗୁଣ୍ଠା ଫାଣ୍ଡିରେ ଦେଇଥିବା ଏତଲା ପ୍ରକାରେ ଭାସିଆ ନାଇକ, ହରିଆ ସ୍ବାଇଁ ଓ ହରିଆ ର ଦୁଇ ପୁଅ ର ନା ରେ ଅଭିଯୋଗ କରିଛି । ସେହିପରି ହରିଆ ମଧ୍ୟ ଆଉ ଏକ ଏତଲା ବେଲ୍ଲଗୁଣ୍ଠା ଫାଣ୍ଡିରେ ଦେଇଛି । ଏତଲାରେ ଗନ୍ଧିଆ ସ୍ତ୍ରୀ ସଞ୍ଜୁ ଓ ଆଉ ଦୁଇ ଜଣଙ୍କ ନାରେ ଏତଲା ଦେଇଛି । ପୋଲୀସ ଦୁଇଟି ଜାକ ଏତଲା ଗ୍ରହଣ କରି ଉଭୟ ପାର୍ଟି ର 4 ଜଣଙ୍କୁ ଫାଣ୍ଡିରେ ଅଟକ ରଖି ଘଟଣାର ତଦନ୍ତ କରୁଛି ଏଥିରେ ହରି ସ୍ବାଇଁ ର ପୁଅ ଟୁକୁନା ସ୍ବାଇଁ ମଧ୍ୟ ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଚୀକୀଛୀତ ହେଉଛି ।