ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ରଜପର୍ବ ବନ୍ଦ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାର ରଜ ମହୋତ୍ସବ ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ତେବେ ରଜ ପାଇଁ ୧୧ରୁ ୧୬ତାରିଖ ଯାଏଁ ଲାଗୁ ରହିବ କଟକଣା । ରଜଦୋଳି, ମେଳା, ମହୋତ୍ସବ, ଭୋଜିଭାତ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଇଥିବା ନେଇ ଏକ ନିର୍ଦ୍ଦେଶନାମା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଜାରି କରିଛନ୍ତି । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଗ୍ରାମଣ୍ଟେର୍ସ ଓ ଷ୍ଟେଶନାରୀ ଦୋକାନ ଖୋଲା ରହିବା । ଅନ୍ୟ ଦୋକାନ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ମଧ୍ୟ ଜିଲ୍ଳା ପ୍ରଶାସନର ଏହି ନିର୍ଦ୍ଦେଶନାମା ଲାଗୁ କରାଯିବ ବୋଲି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି ।
Related Stories
November 22, 2024