
ବ୍ରହ୍ମପୁର : ରାଜ୍ୟରେ ରକ୍ତ ଅଭାବକୁ ପୂରଣ କରିବାକୁ ବଡଗଡ ପୋଲିସ ତରଫରୁ ଶୁକ୍ରବାର କଳିଙ୍ଗ ବଶ୍ୟ ଭବନ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଭଞ୍ଜନଗର ରକ୍ତ ଭଣ୍ଡାରର ସୁରେନ୍ଦ୍ର ମହାପାତ୍ର, ଭଗବତ ପାତ୍ର, ଗଣପତି ପ୍ରଧାନ, ଇତିଶ୍ରୀ ତ୍ରିପାଠୀ, ବିପିନୀ କୁମାର ପାଣିଗ୍ରାହୀ, ନାରାୟଣ ବେହେରା, ସୀମାଞ୍ଚଳ ସେଠୀ ପ୍ରମୁଖ ୭ଜଣିଆ ଦଳ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ମୋଟ ୧୧୯ଜଣ ରକ୍ତଦାନ କରିଥିଲେ । ଥାନାର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।