କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୨/୦୬/୨୦୨୦ ଓଡିଶା ବୈଦିକ ବ୍ରାହ୍ମଣ ପରିଷଦର ସମ୍ପାଦକ ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ ତଥା ସଦସ୍ୟଙ୍କ ଦ୍ୱାରା ସିଂହ ଦ୍ୱାର ଥାନା ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀଙ୍କୁ ଲିଖିତ ନିବେଦନ କରାଯାଇଅଛି |
ଓଡ଼ିଶାର ପ୍ରମୁଖ ଲୋକପ୍ରିୟ ଚ୍ୟାନେଲ ଓଟିଭିରେ ପ୍ରସାରିତ “ସର୍ବେ ଭବନ୍ତୁ ସୁଖିନଃ “ନାମକ ଧାର୍ମିକ ଧାରାବାହିକ ଦୀର୍ଘଦିନରୁ
ଉପସ୍ଥାପିତ ହୋଇ ଆସୁଛି ।ବିଭିନ୍ନ ପ୍ରବଚକ ଅତ୍ୟନ୍ତ ଶିକ୍ଷାପ୍ରଦ ଲୋକହିତକର ଶାସ୍ତ୍ରୀୟ ତଥ୍ୟମୂଳକ ଉପସ୍ଥାପନ କରୁଛନ୍ତି । ଅଥଚ
ସାଧୁବେଶଧାରୀ କନୈକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ଵତୀଙ୍କ ଦ୍ବାରା ଶାସ୍ତ୍ରୀୟ ସିଦ୍ଧାନ୍ତର ଅପପ୍ରଚାର ତଥା ମୁନୀଋଷିଙ୍କୁ ପରିହାସ ପୂର୍ଣ୍ଣ ଶବ୍ଦ ପ୍ରୟୋଗ କରାଯାଇଛି | ଏହିକି ନିଜେ ଗୈରିକବେଶ ଧାରଣ କରି ସାଧୁବେଶରେ ଭୂଷିତ ହୋଇ ମଧ୍ୟ ସନାତନ ସଂସ୍କୃତିର ବେଦ,ଉପନିଷଦ,ପୁରାଣ,ଧର୍ମଶାସ୍ତ୍ରକୁ ନିନ୍ଦାକରିବା ସହିତ ଉପସ୍ଥାପିକାଙ୍କର ଉତ୍ତରରେ ଶାସ୍ତ୍ର ପ୍ରଣେତାମାନଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିଛନ୍ତି |ଯାହାକି ଜଣେ ସାଧୁଙ୍କ ପକ୍ଷେ ଶୋଭନୀୟ ନୁହେଁ ।
ଏହିକି ଅଷ୍ଟାଦଶପୁରାଣର ଲେଖକ ବିଷ୍ଣୁରୂପି ବ୍ୟାସଦେବଙ୍କୁ ତାତ୍ସଲ୍ୟକରି ଗଜ ବୋଲି କହିଛନ୍ତି ।ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପିତା ଦଶରଥଙ୍କୁ ଭଣ୍ଡ ବୋଲି କହିଛନ୍ତି |ରାଜା ପରିକ୍ଷୀତଙ୍କୁ ପରିହାସ କରିଛନ୍ତି ସତ୍ୟଯୁଗରେ ଭଗବାନଙ୍କର
ଅବତାରଗଣ (ମତ୍ସ, କଛପ, ବରାହ, ନୃସିଂହ, ବାମନ, ) ଘାସ କାଟିବା କଥା କହିଛନ୍ତି ।ସମୁଦ୍ର ମନ୍ଥନରେ ଉତ୍ପନ୍ନ ହୋଇଥିବା ଦ୍ରବ୍ୟଗୁଡିକୁ ନିରାଧାର ଆଦି କହିଛନ୍ତି |ତାଛଡା ଉପହାସ କରିବା ସହିତ ପୂର୍ଣ୍ଣାବତାର ଜଗନ୍ନାଥଙ୍କ ଅବତାରଙ୍କୁ ନିନ୍ଦା କରିଛନ୍ତି ।ଓଡିଶା ବୈଦିକ ବ୍ରାହ୍ମଣ ପରିଷଦ ସମ୍ପାଦକ ତଥା ସଦସ୍ୟ କ୍ଷୁବ୍ଧ ହୋଇ କାର୍ଯ୍ୟାନୁଷ୍ଠାନ ସହିତ ଗିରଫ କରିବା ପାଇଁ ନିବେଦନ କରାଯାଇଅଛି |
Related Stories
November 22, 2024