ନୂଆଦିଲ୍ଲୀ– ଦିଲ୍ଲୀରେ କରୋନା ବିସ୍ଫୋରକ ରୂପଧାରଣ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୮୭୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ ଚିହ୍ନଟ । ରାଜଧାନୀରେ ଗୋଟିଏ ଦିନରେ ସର୍ବାଧିକ ୬୫ ଜଣଙ୍କର ମୃତ୍ୟୁ ହୋଇଛି ।
ଦିଲ୍ଲୀରେ ମୃତ୍ୟୁ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । ରାଜଧାନୀରେ କେରାନାରେ ଏପର୍ଯ୍ୟନ୍ତ ୧୦୮୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିଭଳି ସଂକ୍ରମିତ ଲୋକଙ୍କର ସଂଖ୍ୟା ୩୪ ହଜାର ୬୮୭ ହୋଇଛି । ଏବେ ୨୦ ହଜାର ୮୭୧ ଜଣ ସକ୍ରିୟ ଅଛନ୍ତି । ବୁଧବାର ଦିଲ୍ଲୀରେ ୧୩୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୭ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଦିଲ୍ଲୀରେ ମୃତ୍ୟୁକୁ ନେଇ ଲୋକେ ଡରିଯାଇଛନ୍ତି । ଦକ୍ଷିଣ ଏମସିଡିର ଚେୟାରମ୍ୟାନ ଭୂପେନ୍ଦ୍ର ଗୁପ୍ତା କହିଛନ୍ତି, ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ଏଭଳି ବଢ଼ିବାରେ ଲାଗିଛି ଯେ, ଶ୍ମଶାନରେ ଶବଦାହ କରିବା ପାଇଁ ସ୍ଥାନ ନାହିଁ । ଏଥି ପାଇଁ ଆହୁରି ୨ଟି ଶ୍ମଶାନ ନିର୍ମାଣ କରାଯାଉଛି । ଏମସିଡିର ଅଭିଯୋଗକୁ ନେଇ ଦିଲ୍ଲୀ ସରକାର କହିଛନ୍ତି, ଆମେ ଡେଥ ଅଡିଟ କମିଟି ଗଠନ କରିଛୁ । ଏହି କମିଟି ନିରପେକ୍ଷ ଭାବେ କାମ କରୁଛି । ସରକାର କହିଛନ୍ତି, ଦିଲ୍ଲୀ ହାଇକୋର୍ଟ ଠିକ ଭାବେ କାମ କରୁଛି । ଏହି ସମୟ ଆରୋପ-ପ୍ରତ୍ୟାରୋପର ସମୟ ନୁହେଁ, ବରଂ ମିଳିମିଶି କାମ କରିବାର ସମୟ ।