ବ୍ରାସିଲିଆ– କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରମିତ ରୋଗୀଙ୍କର ସଂଖ୍ୟା ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଥିବା ବେଳେ ବ୍ରାଜିଲରେ ଏହି ସଂଖ୍ୟା ୮ ଲକ୍ଷ ୫ ହଜାର ଅତିକ୍ରମ କରିଛି । ଆମେରିକାରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାରରୁ ଅଧିକ ଥିବା ବେଳେ ବ୍ରାଜିଲରେ ଏହି ସଂଖ୍ୟା ୪୧ ହଜାର ଅତିକ୍ରମ କରିଛି ।
ଆମେରିକା ଭଳି ବ୍ରାଜିଲରେ ମଧ୍ୟ କରୋନା ଭାଇରସର ରାଜୁତି ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ମାସ ମଧ୍ୟରେ ୬ ଲକ୍ଷ ୩୬ ହଜାର ୫୦୬ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଅର୍ଥାତ ଦୈନିକ ହାରାହାରି ୨୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।
ବ୍ରାଜିଲରେ ଏବେ ସଂକ୍ରମିତ ରୋଗୀଙ୍କର ସଂଖ୍ୟା ୮ ଲକ୍ଷ ୫ ହଜାର ୬୪୯ ଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୪୧ ହଜାର ୫୮ । ମାସକ ପୂର୍ବରୁ ଅର୍ଥାତ ଗତ ମେ’ ମାସ ୧୨ ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ କରୋନା ଭାଇରସ ଯୋଗୁଁ ୧ ଲକ୍ଷ ୬୯ ହଜାର ୧୪୩ ଲୋକ ସଂକ୍ରମିତ ହୋଇଥିଲେ । ମୃତକଙ୍କ ସଂଖ୍ୟା ଥିଲା ୧୧ ହଜାର ୬୨୫ ।