ଭଦ୍ରକ – ଆଜି ଅପରାହ୍ନରେ ଗେଲପୁରସ୍ଥିତ ବାପୁଜୀ ହାଇସ୍କୁଲ ଠାରେ ଭଦ୍ରକ ଜିଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ୍ ସଚେତନତା, ସେବା ଓ ସଶକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆଇନ୍ ସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାନ୍ତି ଅଧ୍ଯକ୍ଷତା କରି ଆଇନ୍ ସେବା ପ୍ରାଧିକରଣର କାର୍ଯ୍ୟ ତଥା ଏସ୍ିଡ୍ ଆକ୍ରମଣ ସଚେତନତା ଏବଂ ପୀଡିତାଙ୍କୁ କ୍ଷତିପୂରଣ େଯାଜନା ସଂପର୍କରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲା ନ୍ୟାୟାଳୟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିବେକ ସାସମଲ ଏହି ଏସିଡ୍ର ଅମ୍ଳ କଣ, ଏହାର ଆକ୍ରମଣର କାରଣ ଓ ନିରାକରଣ, ସମାଜରେ ଏହାର ପ୍ରଭାବ, ଏସିଡ୍ କେଉଁଠାରୁ ମିଳେ, ଏହାକୁ କିଭଳି କିଣାଯାଏ, ପୀଡିତାର ସାମାଜିକ କଷ୍ଟ ସଂପର୍କରେ ଆଲୋଚନା କରିଥିଲେ। ୩ ଜଣ ଦ୍ବିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ରଶ୍ମିନାରାୟଣୀ ମିଶ୍ର, ସସ୍ମିତା ସାହୁ, ଲିପ୍ସା ରାଉତ ପ୍ରମୁଖ େଯାଗଦେଇ କୁନି କୁନି ପିଲାମାନଙ୍କୁ ତାଙ୍କର ଅଧିକାର, କର୍ବ୍ୟ ଏବଂ ଏସିଡ୍ ଆକ୍ରମଣ ଭାରତୀୟ ପିଙ୍ଗଳ ଦଫା ବା ଭାରତୀୟ ଦଣ୍ଡବିଧି ସଂହିତାର ୩୨୬ (କ) ଓ ୩୨୬ (ଖ) ଧାରାରେ ଏହି ଆକ୍ରମଣ ଏବଂ ଏହା କରିବାର ଚେଷ୍ଟା କିଭଳି ଭାବେ ଏକ ଦଣ୍ଡନୀୟ ଅପରାଧ ସେ ସଂପର୍କରେ ସୂଚନା ଦେଇ ଏ ଦିଗରେ ଆଇନ୍ରେ ଥିବା କାରାଦଣ୍ଡ ଓ ଅର୍ଥଦଣ୍ଡର ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକମାନେ ମଧ୍ଯ ଏହି ଶିବିରରେ ଅଂଶଗ୍ରହଣ କରି ବିଦ୍ୟାଳୟର ପିଲାମାନଙ୍କୁ ଏ ସଂପର୍କରେ ବିଭିନ୍ନ ଉପାଦେୟ କଥାମାନ କହିଥିଲେ।
Related Stories
November 25, 2024