ଭୁବନେଶ୍ୱର – ସରକାର ସମସ୍ୟା ନଶୁଣିବାରୁ ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମ·ରୀ ସଂଘ । ବାଲେଶ୍ୱର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଦେବଗଡ଼, ରାୟପୁର, ବରଗଡ଼, ସମ୍ବଲପୁର, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, ବରମପୁର, ରାୟଗଡ଼ା, ଗଜପତି, ଭଦ୍ରକ, ମୟୁରଭଞ୍ଜ, କେଉଁଝର, ଯାଜପୁର ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ବିଭିନ୍ନ ଜିଲ୍ଲାର ବିଭିନ୍ନ କଲେଜରେ ଗୁରୁଦିବସକୁ କଳା ଦିବସ ପାଳନ କରାଯାଇଛି ।
ସଂଘ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ କଲେଜରେ ୧ଜୁନ୍ ୨୦୦୮ମସିହାରୁ ୩୦ନଭେମ୍ବର ୨୦୧୩ ମସିହା ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀମାନେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପାଇଛୁ । ଓଡ଼ିଶାର ପ୍ରାୟ ୩ ଶହ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରୁଛୁ । ଅଥଚ ସରକାର ଏମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାର ଅନ୍ତର୍ଭୁକ୍ତ କରିନାହଁନ୍ତି । ୧ଜୁନ୍ ୨୦୦୮ମସିହାରୁ ୩୦ନଭେମ୍ବର ୨୦୧୩ମସିହା ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ଦାବି କରାଯାଇଛି । ସରକାର ଦାବି ନଶୁଣିଲେ ସଂଘ ପକ୍ଷରୁ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଡ଼ ଦେବ ବିଜୟୀ ମିଶ୍ର, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ ଚେତାବନୀ ଦେଇଛନ୍ତି ।