-
ବିଭିନ୍ନ ଜିଲ୍ଲାରେ କରୋନୋ ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର– ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୩୪୯୮ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୬୫୮ରେ ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୩୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୩୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭାବେ କଟକ ଜିଲ୍ଲାରେ ୨୧୯ ଜଣ, ବାଲେଶ୍ୱର ଜିଲ୍ଲୀରେ ୨୦୨, କେନ୍ଦ୍ରାପଡା ଜିଲ୍ଲାରେ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାରେ ୧୫୨, ଜଗତସିଂହପୁର ଜିଲ୍ଲାରେ ୧୩୦, ବଲାଙ୍ଗୀର ଜିଲ୍ଲାରେ ୧୨୯ ଜଣ ତଥା ପୁରୀ ଜିଲ୍ଲାରେ ୧୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୨୨ ଓ ନୟାଗଡ ଜିଲ୍ଲାରେ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୩୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ମୟୁରଭଂଜ ଜିିଲ୍ଲାରେ ୯୯ ଜଣ ଓ ଗଜପତି ଜିଲ୍ଲାରେ ୮୪, ନୂଆପଡା ଜିଲ୍ଲାରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କେନ୍ଦୁଝର ଜିଲ୍ଲାରେ ୫୯, କନ୍ଧମାଳ ଜିଲ୍ଲାରେ ୫୨, ଢେଙ୍କାନାଳ ଜିଲ୍ଲାରେ ୪୨, ଦେବଗଡ ଜିଲ୍ଲାରେ ୪୦ କଳାହାଣ୍ଡି ଜିଲ୍ଲାରେ ୩୮ ତଥା ବୌଦ୍ଧ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲାରେ ୩୯ ଓ ସୋନପୁର ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାରେ ୨୩, ବରଗଡ ଜିଲ୍ଲାରେ ୧୮ ଓ କୋରାପୁଟ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୧୫ , ରାୟଗଡା ଜିଲ୍ଲାରେ ୭ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର – ରାଜ୍ୟରେ କରୋନା କାରଣରୁ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଗଂଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୦ରେ ପହଂଚିଛି ।