
ଭୁବନେଶ୍ୱର– ରାଜ୍ୟରେ ଗତ ୨୪ ଘଂଟାରେ ୩୮୩୩ ନମୁନାର ପରୀକ୍ଷା କରା ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୯୨୫୭୬ ନମୁନାର ପରୀକ୍ଷଣ କରା ଯାଇ ସରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୩୪୯୮ ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୫୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୩୧ ରହିଛି ।