
ଭଦ୍ରକ – ଏବେ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନକୁ ମନ୍ଦିର ଚୋରମାନେ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। କାହóକି ନା ନିକଟ ଅତୀତରେ ଭଦ୍ରକ ସହର ଓ ଗ୍ରାମାଳର ବିଭିନ୍ନ ଦେବାଦେବୀ ପୀଠରୁ ଠାକୁରଙ୍କ ଗହଣାଗାଣ୍ଠି ସହ ଦାନବାକ୍ସରୁ ଭକ୍ତଙ୍କ ଅର୍ଥ ଲୁଟ ହେଉଥିବାବେଳେ ଗତକାଲି ରାତିରେ ତାହା ସହରରୁ ଧାମନଗର ଥାନା ଅଂଚଳକୁ ବ୍ୟାପିଛି। ଏହି ଥାନା ଅଧୀନସ୍ଥ ପଳିକିରି ଛକ ନିକଟରେ ଥିବା ଏକ ହନୁମାନ ମନ୍ଦିର ଓ ହାଇସ୍କୁଲ ନିକଟସ୍ଥ ହନୁମାନ ମନ୍ଦିରକୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି ଚୋରମାନେ। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରର ଗ୍ରୀଲ୍ ତାଡି ହୁଣ୍ଡି ଭାଙ୍ଗିବା ସହ ସେଥିମଧ୍ଯରେ ଥିବା ଦାନ ଟଙ୍କାକୁ ଲୁଟି ନେଇଛନ୍ତି। ଲୋକଙ୍କ କହିବା ମୂଳେ ଉକ୍ତ ଦୁଇ ମନ୍ଦିର ମଧ୍ଯରୁ ବାବା ବଟେଶ୍ବର ମନ୍ଦିରରେ ଦୁଇମାସ ହେବ ହୁଣ୍ଡି ବାକ୍ସରୁ ଦକ୍ଷିଣା ବାହାର କରାଯାଇନଥିଲା। ଏଣୁ ଉକ୍ତ ଲୁଟେରାମାନେ ସେଥିମଧ୍ଯରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।