-
କ୍ୱାରେଣ୍ଟାଇନ୍ରେ ଥିବା ଡାକ୍ତର ଓ ୫ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ
ବ୍ରହ୍ମପୁର: ଅଶୋକ ନଗରରେ ଥିବା ଅର୍ଜୁନ ନର୍ସିଂହୋମ୍ ନାମକ ଏକ ଘରୋଇ ନର୍ସିଂହୋମ୍କୁ ଆସି ଫେରସ୍ତ ଯାଇଥିବା ଜଣେ ରୋଗୀ କରୋନା ପଜିଟିଭ୍ ଜଣାପଡିବା ପରେ ସଂପୃକ୍ତ ନର୍ସିଂହୋମ୍କୁ ବିଏମ୍ସି ପକ୍ଷରୁ ଗତ ୨ଦିନତଳେ ସିଲ୍ କରାଯାଇଛି । ସେଠାରେ ଥିବା ସମସ୍ତ ରୋଗୀଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସହ ଡାକ୍ତର ଓ ୫ ନର୍ସିଂହୋମ୍ର କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନର୍ସିଂହୋମ୍ ବନ୍ଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ସେମାନଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ ଗୁରୁବାର ସେମାନଙ୍କ ରିପୋର୍ଟ ଆସିଥିଲା । ସମସ୍ତଙ୍କ ନେଗେଟିଭ ଆସିବାପରେ ଅଞ୍ଚଳବାସୀ ଓ ନର୍ସିଂହୋମ୍ କର୍ମଚାରୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଥିବା ବେଳେ ଭୟଭୀତରେ ଥିବା ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତୀ ମିଳିଛି । ଡା. ସୁଶାନ୍ତ ପାଣିଗ୍ରାହୀ ଓ ତାଙ୍କର ୫ଜଣ କର୍ମଚାରୀ ସୁସ୍ଥ ଥିବାବେଳେ ଅଞ୍ଚଳବାସୀ ବା ଚିକିତ୍ସିତ ହେଉଥିବା ରୋଗୀମାନେ ଭୟଭୀତ ନହେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।