
ଗଂଜାମ – ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଭଂଜ ବିହାରଠାରେ ଅକ୍ଟୋବର ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଦକ୍ଷିଣାଂଚଳ ରାଜସ୍ୱ ଆୟୁକ୍ତ ପରିସରଭୁକତ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ପ୍ରାର୍ଥୀମାନେ ଅଂଶ ଗ୍ରହଣ କରିପାରିବେ । ସାଧାରଣ ସୈନିକ, ବୈଷୟିକ ସୈନିକ, ନର୍ସିଂ ଆସିଷ୍ଟାଂଟ, କିରାଣୀ, ଷ୍ଟେରକିପର ଏବଂ ଟ୍ରେଡ଼ସ୍ ମ୍ୟାନ ପ୍ରଭୃତି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି । ପ୍ରାର୍ଥୀ ମାନଙ୍କ ଯୋଗ୍ୟତା ଅଷ୍ଟମରୁ ତଦୁର୍ଦ୍ଧ ହେବା ଆବଶ୍ୟକ । ପ୍ରାର୍ଥୀମାନେ ସେମାନଙ୍କ ଦରଖାସ୍ତ ଅନଲାଇନ୍ରେ ପ୍ରେରଣ କରିବେ । ଏଥିପାଇଁ ଅକ୍ଟୋବର ୪ ତାରିଖ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି ।