
ନୂଆଦିଲ୍ଲୀ– କରୋନା କାରଣରୁ ସାରା ବିଶ୍ବରେ ଏପର୍ଯ୍ୟନ୍ତ ୪ ଲକ୍ଷ ୧୮ ହଜାର ୧୩୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଚୀନରୁ ବ୍ୟାପିଥିବା ଏହି ମହାମାରୀରେ ଗୁରୁବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୭୪ ଲକ୍ଷ ୪୬ ହଜାର ୨୨୯ ଜଣଙ୍କର ଜୀବନ ଯାଇଛି । ୩୭ ଲକ୍ଷ ୩୦ ହଜାର ୫୬ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ଲକ୍ଷ ୯୮ ହଜାର ୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୩ ହଜାର ୮୧୨ ଜଣ ଗୁରୁତର ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ ୨୦ ଲକ୍ଷ ୬୬ ହଜାର ୪୦୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ ୧୫ ହଜାର ୧୩୦ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକା କରୋନା ନିୟନ୍ତ୍ରଣ ପାଇଁ ସବୁ ପ୍ରକାରର ଉଦ୍ୟମ ଚଳାଇଥିବା ବେଳେ ଏହା ନିୟନ୍ତ୍ରଣକୁ ଆସୁନାହିଁ । ଏଠାରେ ୮ ଲକ୍ଷ ୮ ହଜାର ୪୯୪ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୪୨ ହଜାର ୭୭୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୮୩୮ ଜଣ ଗୁରୁତର ଆକ୍ରାନ୍ତ ।