ଶୋପିଆ– କଶ୍ମୀରର ଶୋପିଆ ଜିଲ୍ଲାରେ ଗତକାଲି ସୁରକ୍ଷା ବାହିନୀର ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହେବା ପରେ ଆଜି ଭୋର ସକାଳ ଆତଙ୍କବାଦୀମାନେ ଘାଟିରେ ଚଳପ୍ରଚଳ ହେଉଥିବା ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ରିପୋର୍ଟ ଅନୁସାରେ ବଡଗାମ ଜିଲ୍ଲାର ପଠାଣପୋରା ଅଂଚଳରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ଅପରେଶନ ଜାରି ରହିଛି ।
ଗତକାଲି ସକାଳ ୫ଟାରୁ ସୁରକ୍ଷାବାହିନୀର ଯବାନମାନେ ଶୋପିଆ ଜିଲ୍ଲାର ସୁଗୁ-ହେଧାମା ଅଂଚଳରେ ଏନକାଉଣ୍ଟର କରିଥିଲେ । ସୁରକ୍ଷାବାହିନୀର ଟିମ ଆତଙ୍କବାଦୀମାନଙ୍କୁ ସଫଳତାର ସହିତ ମୁକାବିଲା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀ ଥିବା ଅଂଚଳକୁ ଘେରା ବନ୍ଦି କରିଥିଲେ । ସୁରକ୍ଷାବାହିନୀ ଯେଉଁଭଳି ଭାବେ ଘେରାବନ୍ଦି କରିଥିଲେ, ଏଥିରୁ ଅନ୍ୟ ଆତଙ୍କବାଦୀମାନେ ବର୍ତ୍ତିବା ସହଜ ନଥିଲା ।
ସୂଚନାଯୋଗ୍ୟ, ଶୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସୋମବାର ମଧ୍ୟ ବଡ଼ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଜିଲ୍ଲାର ପିଞ୍ଜୋରା ଅଂଚଳରେ ପହଞ୍ଚିଥିଲେ । ସୁରକ୍ଷାବାହିନୀର ଯମାନମାନଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ଲୁଚିବାକୁ ଉଦ୍ୟମ କରିଥିଲେ ।