ଭୁବନେଶ୍ୱର– ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୩୩୮୬ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ମଧ୍ୟ ୬୫୨ରେ ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୩୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୩୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭାବେ କଟକ ଜିଲ୍ଲାରେ ୨୧୬ ଜଣ, ବାଲେଶ୍ୱର ଜିଲ୍ଲୀରେ ୧୯୭, କେନ୍ଦ୍ରାପଡା ଜିଲ୍ଲାରେ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାରେ ୧୫୨, ଜଗତସିଂହପୁର ଜିଲ୍ଲାରେ ୧୩୦, ବଲାଙ୍ଗୀର ଜିଲ୍ଲାରେ ୧୨୪ ଜଣ ତଥା ପୁରୀ ଜିଲ୍ଲାରେ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୧୮ ଓ ନୟାଗଡ ଜିଲ୍ଲାରେ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ମୟୁରଭଂଜ ଜିିଲ୍ଲାରେ ୯୨ ଜଣ ଓ ଗଜପତି ଜିଲ୍ଲାରେ ୭୯, ନୂଆପଡା ଜିଲ୍ଲାରେ ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କେନ୍ଦୁଝର ଜିଲ୍ଲାରେ ୫୪, କନ୍ଧମାଳ ଜିଲ୍ଲାରେ ୫୨, ଢେଙ୍କାନାଳ ଜିଲ୍ଲାରେ ୪୨, ଦେବଗଡ ଜିଲ୍ଲାରେ ୩୮ କଳାହାଣ୍ଡି ଜିଲ୍ଲାରେ ୩୮ ତଥା ବୌଦ୍ଧ ଜିଲ୍ଲାରେ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲାରେ ୩୩ ଓ ସୋନପୁର ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାରେ ୧୮, ବରଗଡ ଜିଲ୍ଲାରେ ୧୮ ଓ କୋରାପୁଟ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୧୩ , ରାୟଗଡା ଜିଲ୍ଲାରେ ୭ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।