
ଗଞ୍ଜାମ– ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ବୁଧବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବୀ ଗୁଡିକ ହେଲା ଗତ ଖରିଫ ଋତୁରେ ପଞ୍ଜୀକୃତ ଚାଷୀଙ୍କ ଠାରୁ କିଣାଯାଇ ନଥିବା ଧାନ କିଣିବା, ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଘର ଓ କ୍ଷତିପୂରଣ ପ୍ରଦାନ, ଚାଷୀଙ୍କର ସମସ୍ତ ଉପକରଣ କିଣିବା, ରିଲିଫ୍ କୋଡ୍ରେ ସଂଶୋଧନ କରି କ୍ଷତିପୂରଣ ପ୍ରଦାନ, କରୋନା ପାଇଁ ଘୋଷିତ ଅର୍ଥକୁ ଠିକ୍ ଭାବେ ଚାଷୀଙ୍କୁ ବଣ୍ଟନ ଆଦି ରହିଛି।
ସଂଗଠନର ଇଜୁ ଆମିନ୍ ଖାନ୍, ଡି ରାମସ୍ବାମୀ ରେଡ୍ଡୀ, ରମେଶ ଚନ୍ଦ୍ର କର, କାଳୁ ଚରଣ ନାୟକ, ଜଗନ୍ନାଥ ପ୍ରଧାନ, ସୌଭାଗ୍ୟ ସାସମଲ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।