ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୨କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ୪୯୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ କେତେକ ଘରକୁ ଫେରିଥିବା ବେଳେ କେତେକ କ୍ୱାରେଂଟାଇନରେ ରହିଛନ୍ତି । ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଂଟାଇନରେ ରହିବାକୁ ପ୍ରଶାସନିକ ନିର୍ଦ୍ଦେଶ ରହିଛି ।