ଭୁବନେଶ୍ୱର । ଖୋର୍ଧା ଜିଲ୍ଲା ପ୍ରଶାସନ ରଜ ପର୍ବକୁ ଆଖି ଆଗରେ ରଖି ଭୀଡ ରୋକିବାକୁ ଖୋର୍ଧାର ଦେବୀ ବରୁଣେଇ ପୀଠ ଓ ଟାଙ୍ଗୀର ଉଗ୍ରତାରା ପୀଠରେ ଧାରା ୧୪୪ ଧାରା ଜାରୀ କରିଛି । ଏହି ଆଦେଶ ଆଗାମୀ ୧୪ରୁ ୨୦ ଯାଏ ବଳବତର ରହିବ ବୋଲି ଜଣା ପଡିଛି ।
ଲକ ଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟାରେ ୧୧୯ ଟି ଗାଡିରୁ ଚାଲଣ କାଟିଲା ବ୍ରହ୍ମପୁର ପୋଲିସ
ଭୁବନେଶ୍ୱର। ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୧୧୯ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୧୦୫ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ସେହିପରି ଏହି ଅବଧିରେ ୩୩ ଲିଟର ମଦ ଜବତ କରା ଯାଇଥିବା ସୂଚନା ଦିଆ ଯାଇଛି ।