
ବ୍ରହ୍ମପୁର : ସୋସିଆଲ ସର୍ଭିସ ଫାଉଣ୍ଡେସନ ପକ୍ଷରୁ ବିଏମ୍ସିର ୪ ନମ୍ବର ୱାର୍ଡର ୬୬ ଜଣ ସଫେଇ କର୍ମଚାରୀଙ୍କୁ ରେସନ ସାମଗ୍ରୀ ବଣ୍ଟନ କରାଯାଇଛି । ପୂର୍ବତନ କର୍ପୋରେଟର ଅନିଲ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ କର୍ପୋରେଟର ଆର.ମୂରଲୀମୋହନ, ଯୁବ ବିଜେଡି ମହାନଗର ସଭାପତି ମୁକୁନ୍ଦ ଗୌଡ, ପାର୍ଥ ପାଢୀ, ଧାନମେରା ସାହି କୁଳ ପଞ୍ଚାୟତ ସଭାପତି ଦନାର୍ଦ୍ଦନ ଘଡେଇ, ଶ୍ୟାମସୁନ୍ଦର ନାୟକ, ସୁନିଲ କୁମାର ନାୟକ, ଦେବେନ୍ଦ୍ର ଘଡେଇ, ବାନାମ୍ବର ନାୟକ, ପ୍ରଭାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗରିବ ପରିବାରଙ୍କୁ ଚାଉଳ, ଡାଲି, ତେଲ, ଆଳୁ, ପିଆଜ ଭଳି ସାମଗ୍ରୀ ବଣ୍ଟନ ହୋଇଥିଲା । ଏହି ଅବସରରେ ସମସ୍ତ ସଫେଇ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର ଶ୍ରୀ ନାୟକଙ୍କ ତତ୍ତ୍ୱାବଧାନରେ ଅଞ୍ଚଳବାସୀ ତଥା ସଫେଇ କର୍ମଚାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନକୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହ ରାସନ ସାମଗ୍ରୀ ଯୋଗାଇଥିବା ସୋସିଆଲ ସର୍ଭିସ ଫାଉଣ୍ଡେସନକୁ ମଧ୍ୟ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।